BREAKING
Loading...
:

ସ୍କୁଲ ସମ୍ମୁଖ ନଳକୂପ ଆବର୍ଜନରେ ଭର୍ତ୍ତି

 ସ୍କୁଲ ସମ୍ମୁଖ ନଳକୂପ ଆବର୍ଜନରେ ଭର୍ତ୍ତି 



ବୌଦ୍ଧ -: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ବଉଳସିଙ୍ଗା ଗ୍ରାମର ବିଦ୍ୟାଳୟ ସମ୍ମୁଖରେ ଥିବା ନଳକୂପରେ ଆବର୍ଜନା ଭର୍ତ୍ତି ହୋଇ ରହିଛି । ଏହାକୁ ନେଇ ଗ୍ରାମବାସୀ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମରେ ସ୍ୱଚ୍ଛ ଭାରତ ମିଶନ ଫେଲ ମାରି ଥିବା ଦେଖିବାକୁ ମିଳିଛି | ଏହି ପ୍ରକଳ୍ପ ଉପରେ ଗ୍ରାମରେ ୪୦ ପରିବାର ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ପିଇବା ପାଣି ଉପରେ ନିର୍ଭର କରନ୍ତି | ଉକ୍ତ ନଳକୂପ ସଫା କରୁ ନ ଥିବାରୁ ଦୁର୍ଗନ୍ଧ ହେଉଥିବାରୁ ଲୋକମାନେ ଏଠାରୁ ପାଣି ନେବା ପାଇଁ ଉପଯୁକ୍ତ ମଣୁ ନ ଥିଲେ । ପ୍ରତି ବର୍ଷ ଗ୍ରାମର ସଫେଇ ପାଇଁ ଆର୍ଥିକ ସହାୟତା ଆସୁଥିଲେ ମଧ୍ୟ ଏହା ଗ୍ରାମ ସଫେଇ କାର୍ଯ୍ୟରେ ଆସୁ ନାହିଁ | ଅନେକ ସମୟରେ ନଳକୂପ ସମାଜସେବୀ ତ ଆଉ କେତେବେଳେ ଏହା ଛାତ୍ରଛାତ୍ରୀ ସଫା କରୁଥିବା ଗ୍ରାମବାସୀ କହିଛନ୍ତି | ହେଲେ ଗାଁ କଲ୍ୟାଣୀ ସମିତି ଟଙ୍କା ଉଠାଇ ଆତ୍ମସାତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଯଥା ଶୀଘ୍ର ନଳକୂପ ସଫା ଦିଗରେ ପଦକ୍ଷେପ ନେବା ପାଇଁ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS