ଦିବ୍ୟାଙ୍ଗ ଯୁବକକୁ ସହାୟତାର ହାତ ବଢ଼ାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ
କେନ୍ଦ୍ରାପଡ଼ା, -: ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡା ପଞ୍ଚାୟତର ଧକେଇ ନେଉଳି ଗ୍ରାମର ଗାଗୁନି ସେଠୀ ଏବେ ଜଣେ ଦିବ୍ୟାଙ୍ଗ ଅଟନ୍ତି । ବାପା ମା, ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ତାଙ୍କର ସୁଖୀ ପରିବାର ଥିଲା ।ସମୟ ଚକ୍ରରେ ଦୀର୍ଘ ୧୨ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଗାଗୁନିଙ୍କ ଜୀବନରେ ଦୁଃଖ ଓ କଷ୍ଟର ପାହାଡ଼ ମାଡି ଆସିଥିଲା । ମୃତ୍ୟୁ ମୁଖରୁ ସିନା ସେ ବଞ୍ଚିଗଲେ ହେଲେ ଆଜୀବନ ଦିବ୍ୟାଙ୍ଗ ହୋଇଗଲେ । କିଛି ଦିନ ତଳେ ଖବର ପାଇବା ପରେ ଗାଗୁନିଙ୍କ ବାଟ ଚଲାପଥ ପାଇଁ ଏକ ହୁଇଲ ଚେୟାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯଇଛି । ଜଣେ ଦିବ୍ୟାଙ୍ଗ ଚାଲି ନପାରି ପରିବାରର ସହଯୋଗରେ ଏହି ଚେୟାରରେ ବସି ଆଉ କିଛି ଜୀବନ ଖୁସୀ ରେ ଅତିବାହିତ କରିବ ବୋଲି ଟ୍ରଷ୍ଟର ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ଦିଲ୍ଲୀପ କୁମାର ନାଥ, ଶଶିକାନ୍ତ ନାଥ, ରମାକାନ୍ତ ଦାସ ଓ ନିହାର ରଞ୍ଜନ ସାହୁ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment