BREAKING
Loading...
:

ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଶା ର ପ୍ରାକ୍ତନ ସୂଚନା କମିଶନର ତଥା ବିଶିଷ୍ଟ ସାହିତ୍ୟିକା ଶଶୀପ୍ରଭା ବିନ୍ଧାଣୀ ଓ ଓଡ଼ିଶାର ପ୍ରମୁଖ ସମ୍ବାଦ ପତ୍ରିକା ସମଦୃଷ୍ଟି ର ସମ୍ପାଦକ ତଥା ସାହିତ୍ୟିକ ବିଘ୍ନେସ୍ୱର ସାହୁ

 



ନୂଆଗାଁ (ମଣିଭଦ୍ରା ଖବର) ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ( ଦାସିଆ ଅଜା) ଙ୍କ  ଦ୍ୱାରା ପ୍ରତିଷ୍ଠିତ ଆନ୍ତର୍ଜାତିକ ପାଠାଗାର, ସଂଗ୍ରହାଳୟ ପରିଦର୍ଶନ କରି ଖୁବ ଖୁସି ବ୍ୟକ୍ତ କଲେ ଏବଂ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଶା ର ପ୍ରାକ୍ତନ ସୂଚନା କମିଶନର ତଥା ବିଶିଷ୍ଟ ସାହିତ୍ୟିକା ଶଶୀପ୍ରଭା ବିନ୍ଧାଣୀ ଓ ଓଡ଼ିଶାର ପ୍ରମୁଖ ସମ୍ବାଦ ପତ୍ରିକା ସମଦୃଷ୍ଟି ର ସମ୍ପାଦକ ତଥା ସାହିତ୍ୟିକ ବିଘ୍ନେସ୍ୱର ସାହୁ ଏବଂ ବାରି ପଦାର ସ୍ଥପତି ପ୍ରଣବ ଚନ୍ଦ୍ର ବିନ୍ଧାଣୀ l ଦାସିଆ ଅଜାଙ୍କ ସହିତ ରହିଥିବା ନିବିଡ଼ ସମ୍ପର୍କର ଅନେକ ସ୍ମୁତି ସହିତ 1979 ମସିହାରେ ପାଠାଗାର, ସଂଗ୍ରହାଳୟରେ ଦାସିଆ ଅଜାଙ୍କ ସହିତ ବିତାଇ ଥିବା ଚାରି ଦିନର ଅଲିଭା ସ୍ମୁତି ର ସ୍ମରଣୀୟ ମୁହୂର୍ତ୍ତ  ମାନ ମନେ ପକାଇଲେ ଓ1978 ମସିହାରେ ନିଜ ପିତା ଓଡ଼ିଶାର ପ୍ରସିଦ୍ଧ ଫଟୋ ଗ୍ରାଫର ଓ ସାହିତ୍ୟିକ ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣୀ ଙ୍କ ନବରସ ଭାବ ଭଙ୍ଗିର ବିଭିନ୍ନ ବିରଳ ଫଟୋ ଚିତ୍ର ମାନକୁ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯାଇଥିବା ଦେଖି ଅଭିଭୂତ ହେଲେ ଏବଂ ବାରିପଦାରେ ସଵାରୀ ଘାସରେ ନିର୍ମିତ ଏକ ଗହଣା ପେଡିକୁ ସଂଗ୍ରହାଳୟ ରେ ସାଇତି ରଖିବା ପାଇଁ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କୁ ପ୍ରଦାନ କଲେ ଶଶିପ୍ରଭା l ସମଦୃଷ୍ଟି ର ସମ୍ପାଦକ ବିଘ୍ନେସ୍ୱର ସାହୁ ସମଦୃଷ୍ଟି ଦ୍ୱାରା ପ୍ରକାଶିତ ସାତଖଣ୍ଡ ଉପାଦେୟ ପୁସ୍ତକ ଓ ସମଦୃଷ୍ଟି ର ପତ୍ରିକା ମାନ ଦାସିଆ ଅଜାଙ୍କ ସମାଧି ସ୍ଥଳରେ ସମର୍ପଣ କଲେ l



ମଣିଭଦ୍ରା ଖବର, ନୂଆଗାଁ 

Post a Comment

Previous Post Next Post
Header ADS