ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଚଢାଉ। ଦୁଇ ଗିରଫ।୧୭୪ ଲିଟର ମହୁଲି ମଦ ଜବତ।
ଖୁଣ୍ଟା - ବେନିୟମ ଭାବେ ଦେଶୀ ମହୁଲି ମଦ ବିକ୍ରି ଏବଂ ପ୍ରସ୍ତୁତି ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ, ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବାନ୍ଧଗଡା ଗ୍ରାମର ରାଇମାତ ମୁର୍ମୁ ନାମକ ମହିଳାଙ୍କ ନିକଟରୁ ୧୬ ଲିଟର ମହୁଲି ମଦ ଏବଂ ବହଳଦା ଗ୍ରାମର ରାଙ୍ଗା ସିଂ ଙ୍କ ନିକଟରୁ ୧୮ ଲିଟର ମହୁଲି ମଦ ଜବତ ସହ ଗିରଫ କରି କୋର୍ଟ ଚାଲାଣ କରିଛି। କେନ୍ଦୁଆମୁଣ୍ଡି ଗ୍ରାମରେ ମହୁଲି ମଦ ତିଆରି କାରଖାନା ଉପରେ ଚଢ଼ାଉ କରି ୧୪୦ ଲିଟର ମହୁଲି ମଦ ଜବତ କରିବା ସହ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ୧୮୦୦ ଲିଟର ପଚ ନଷ୍ଟ କରାଯାଇଛି। ଏହି ଚଢାଉରେ A S I ଶ୍ରୀ କୃଷ୍ଣ ସୁନ୍ଦର ସେଠୀ, କନେଷ୍ଟବଳ ଶ୍ରୀ ଦିବ୍ୟାଂଶୁ ପଣ୍ଡା, ଦିପାଞ୍ଜଳି ଦାସ, କିଶୋର ଚନ୍ଦ୍ର ସରେନ ଏବଂ ନିରଞ୍ଜନ ମହାନ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ କର୍ମଚାରୀ ସାମିଲ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment