BREAKING
Loading...
:

ଗଭୀର ନଳକୂପରେ ବିଦ୍ୟୁତ ସଂଯୋଗ ପରେ ମଧ୍ୟ୍ୟ ଲାଗୁନି ମିଟର, କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ଚାଷୀ, ଶୁଣୁନି ବିଭାଗ

 ଗଭୀର ନଳକୂପରେ ବିଦ୍ୟୁତ ସଂଯୋଗ ପରେ ମଧ୍ୟ୍ୟ ଲାଗୁନି ମିଟର, କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ଚାଷୀ, ଶୁଣୁନି ବିଭାଗ 



ବୌଦ୍ଧ -: ସରକାର ଚାଷୀ ଓ ଚାଷ ପାଇଁ ମାଳମାଳ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସରକାରଙ୍କ ସମସ୍ତ ଯୋଜନା ଚାଷୀଙ୍କ କ୍ଷେତ୍ରରେ ଏକ ପ୍ରକାର ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି। କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ୪ଜଣ ଚାଷୀ ୨୦୧୯ ମସିହାରେ ବିଜୁ କୃଷକ ବିକାଶ ଯୋଜନାରେ ୨୦ ହଜାର ଟଙ୍କା ଅଗ୍ରୀମ ଦେଇ ନିଜ ଚାଷ ଜମିରେ ଗଭୀର ନଳକୂପ ଖନନ କରିଥିଲେ।୨୦୨୪ ମସିହାରେ ନଳକୂପରେ ବିଦ୍ୟୁତ ସଂଯୋଗ ଦିଆ ଯାଇଥିଲା। ବାରମ୍ବାର ଅଭିଯୋଗ ସତ୍ତେୱ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ପକ୍ଷରୁ ମିଟର ଲଗାଯାଇ ନାହିଁ। ଅଣ ଜଳସେଚିତ ଜମିରେ ଅଧିକ ଚାଷ କରି ଲାଭବାନ ହୋଇ ପରିବାର ଚଲାଇବା ଆଶା ନେଇ ଚାଷୀ ଏହି ବୋରୱେଲ ଖନନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀର ବୋରୱଲରେ ବିଦ୍ୟୁତ ମିଟର ଲାଗି ନଥିବା ଅଭିଯୋଗ କରିଛନ୍ତି। ମିଟର ନଥିବା ଫଳରେ ଚାଷୀ ଚାଷ କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ବିଭାଗର ଅବହେଳାକୁ ଚାଷୀମାନେ ଦାୟୀ କରିଛନ୍ତି। ଏନେଇ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। କିନ୍ତୁ କିଛି ସୁଫଳ ମିଳି ନଥିବା କହିଛନ୍ତି। ପୁରୁଷୋତ୍ତମପୁର ଗ୍ରାମର ସେବତୀ କର୍ଣ୍ଣ, ସବିତା କର୍ଣ୍ଣ, ବିଲ କର୍ଣ୍ଣ, ଲିଙ୍ଗରାଜ ମହାକୁଡ, ପ୍ରମୁଖ ଚାଷୀ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ।୧୫ ଦିନରେ ଗଭୀର ନଳକୂପ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ନ ହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କଡା ଚେତାବନୀ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS