ଡବଲ ଇଞ୍ଜିନ ସରକାର ଫେଲ, ପ୍ରତିଶୃତି ସତ୍ତ୍ଵେ ଅଧିକାରୀ ଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ବ୍ଲକ ବାସି ପାନୀୟ ଜଳ ରୁ ବଞ୍ଚିତ ।
ବଲାଙ୍ଗୀର/ମୁରିବାହାଲ, -: ଜଳ ହିଁ ଜୀବନ,ଜଳ କୁ ନେଇ ଉଭୟ ଡବଲ ଇଞ୍ଜିନ ସରକାର ଶାସନ କୁ ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ଟୋପାଏ ପାଣି ପାଇଁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି। ନେତା,ମନ୍ତ୍ରୀ ଙ୍କ ଠୁଁ ବିଭାଗୀୟ ଅଧିକାରୀ ମାନେ ବଡ, ବଡ ବୟାନ ବାଜି କରି ଆସୁଥିବା ବେଳେ ସବୁ ପାଣି ର ଗାର ପାଲଟିଛି । ଏପରିକି ବିଭାଗୀୟ ମନ୍ତ୍ରୀ ରବି ନାଏକ ଚର୍ଚ୍ଚା ରେ ଥିବା ତତଲାଗଡ ରୁପେ ପରିଚିତ ଟିଟିଲାଗଡ କୁ ସ୍ବତନ୍ତ୍ର ଗସ୍ତ କରି ଆସି ଚାଲିଯାଇଥିଲେ । ପୂର୍ବ ସରକାର ଙ୍କ ସବୁ ଦୋଷ , ଦୁର୍ବଳତା ଦୁର୍ନୀତି କରିଥିବା ବେଳେ ଏବେ ସବୁ ସମସ୍ୟା ର ସମାଧାନ ହେବ ବୋଲି ନିର୍ଭର ପ୍ରତିଶୃତି ଦେଇ ଯାଇଥିଲେ ସିନା କିଛି ସୁଫଳ ମିଳିନାହିଁ। ବିଶେଷ ଦ୍ରଷ୍ଟବ୍ୟ ଯେ,୫୦ ଡିଗ୍ରୀ ତାପମାତ୍ରା କୁ ଛୁଇଁ ଥିବା ଟିଟିଲାଗଡ ସବ ଡ଼ିଭିଜନ ଅଞ୍ଚଳ ରେ କୋଟି,କୋଟି ଟଙ୍କା ର ବଡ, ବଡ ଓଭର ହ୍ୟାଡ ଟ୍ୟାଙ୍କ ଓ ସୂଚନା ଫଳକ ମାନ ନିର୍ମାଣ କରି ଦେଇ କାଗଜ, କଲମରେ ସବୁ ଅର୍ଥ ହଡପ ହୋଇଛି। ସାଧାରଣ ଲୋକ ଗ୍ରୀଷ୍ମ ପ୍ରବାହ ଆରମ୍ଭ ରୁ ପାଣି ପାଇଁ ଡହଳ ବିକଳ ହୋଇ ଚାଲିଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ,ଏହି ସବ ଡ଼ିଭିଜନ ର ଅଧିବାସୀ, ଅଧ୍ୟୁଷିତ ମୁରିବାହାଲ ବ୍ଲକ ଅଞ୍ଚଳ ଲୋକେ ପାଣି ନ ପାଇ ବୋତଲ ପାଣି ଓ ଚାନ୍ଦା ଆଦାୟ କରି ୨ ହଜାର ଟଙ୍କା ଲେଖାଏଁ ଦେଇ ଟ୍ୟାଙ୍କର ପାଣି ବ୍ୟବହାର କରୁଛନ୍ତି। ନାମକୁ ମାତ୍ର ବଡ ବଡ ପାଣି ଟାଙ୍କି ଥାଇ ତାହା କାର୍ଯ୍ୟକ୍ଷମ କରା ଯାଉ ନାହିଁ। ଏ ନେଇ ବିଗତ ଦିନରେ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ଏହି ସମସ୍ୟା ର ସମାଧାନ କରି ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରସାନ୍ତ ବାଗେ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ସାଂସଦ ତଥା ଆଦିବାସୀ ନେତା ନିରଞ୍ଜନ ବିଶି ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ କରି କଡ଼ା ତାଗିଦ୍ କରିଥିଲେ। ହେଲେ ମାସ ସରିଲାଣି ସିନା ଉକ୍ତ ମୁରିବାହାଲ ବ୍ଲକ ଦାଇତ୍ୱ ରେ ଥିବା ମୂଖ୍ୟ ଯନ୍ତ୍ରୀ ବିଶ୍ୱଜିତ୍ ଜେନା ଏ ଦିଗରେ ସମ୍ପୂର୍ଣ୍ଣ ଅବହେଳା ମନୋଭାବ ପ୍ରଦର୍ଶନ ସହ ଗାୟବ ହୋଇ ଯାଇଥିବା ନିଜ ସରକାରୀ ଫୋନ୍ ଉଠାଉ ନ ଥିବା ନେଇ ତିବ୍ର ଜନ ଅସନ୍ତୋଷ ବୃଦ୍ଧି ସହ ବ୍ଲକ ବାସି ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କଲେଣି । ଉକ୍ତ ଅଧିକାରୀ କାର୍ଯ୍ୟାଳୟ ରେ ନ ରହି ବ୍ୟକ୍ତିଗତ କାର୍ଯ୍ୟ ରେ ବ୍ୟସ୍ତ ରହିବା ସହିତ ସାଧାରଣ ଲୋକ ଙ୍କ ଏଭଳି ଦୟନୀୟ ସମସ୍ୟା ନେଇ ଖାମ,ଖିଆଲ ମନୋଭାବ ପ୍ରଦର୍ଶନ କରୁଥିବା ଯୋଗୁଁ ଧାର୍ଯ୍ୟ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଣ ସମସ୍ୟା ଆଉ ଉତ୍କଟ ରୂପ ଧାରଣ କରିଛି। ସରକାରୀ ଭାବେ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ ହେଲେ ଉକ୍ତ ଅଧିକାରୀ ଙ୍କ ବିରୋଧ ରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିୟମ ଥିବା ବେଳେ ତାଙ୍କ ବିରୋଧ ରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ବିଭିନ୍ନ ମହଲ ରୁ ଦୃଢ଼ ଦାବୀ ହୋଇଛି। ଏପରି କି ନିଜ ସରକାରୀ ବରିଷ୍ଠ ଅଧିକାରୀ ଙ୍କ ଫୋନ ମଧ୍ୟ ଉଠାଉ ନ ଥିବା ବେଳେ ସାଧାରଣ ଲୋକ କାହାକୁ ଗୁହାରି କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଭାଗୀୟ ଅଧିକାରୀ ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଭଳି ସ୍ଥିତି ସୃଷ୍ଟି କରିଥିବା ଏହି ମୁରିବାହାଲ ମୁଖ୍ୟ ଯନ୍ତ୍ରୀ ଙ୍କୁ ତୁରନ୍ତ ଆବଶ୍ୟକୀୟ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ସହ ସାଧାରଣ ଲୋକ ଙ୍କ ସମସ୍ୟା ର ପ୍ରତିକାର ତୁରନ୍ତ ହେବ ସେ ନେଇ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment