BREAKING
Loading...
:

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବାଳିକା କବାଡି ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ, କିସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ୍

 ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବାଳିକା କବାଡି ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ, କିସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ୍




ବାଙ୍କୀ,୭ା୧୧(ମାନସ ରଞ୍ଜନ ସାହୁ ):ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ବାଙ୍କୀ ରାଣୀ ଶୁକଦେଈ ମହିଳା ଉଚ୍ଚବିଦ୍ୟାଳୟ ସହାୟତାରେ ରାଣୀ ଶୁକଦେଈ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ରାଜ୍ୟ ସ୍ତରୀୟ ୧୯ବର୍ଷରୁ କମ୍ ବାଳିକା କବାଡି ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଯାପିତ ହୋଇଯାଇଛି । ୫ଦିନ ବ୍ୟାପି ଏହି ଟୁର୍ଣ୍ଣାମେଣ୍ଟ୍‌ରେ ୧୨ଗୋଟି ବାଳିକା ଟିମ୍ କିସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସମ୍‌ପାଟଣା କେନ୍ଦୁଝର, ମୁନିସ୍‌ପାଲ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରାଉରକେଲା, ପିପୁଲ୍‌ସୁ ଉଚ୍ଚମାଧ୍ୟମିକ ବୁଗୁଡା, ରାଣୀ ଶୁକଦେଈ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଆଦିବାସୀ ଉଚ୍ଚମାଧ୍ୟମିକ ବାଲିଗୁଡା, ମାଣ୍ଡୋସିଲ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ , ପଞ୍ଚାୟତସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁରିବାହାଲ, ଶୁଭଦ୍ରା ମହତାବ ଅସୁରେଶ୍ୱର, ସୋର ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବାଲେଶ୍ୱର, ଉତ୍କଳମଣି ଗୋପବନ୍ଧୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସାକ୍ଷୀଗୋପାଳ ଓ ହୃଷିକେଶ ରାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଭାଗନେଇଥିଲେ । ଆଜି ଫାଇନାଲ୍ ଖେଳରେ କିସ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବିଜୟ ଲାଭ କରିଥିବା ବେଳେ ମୁନିସ୍‌ପାଲ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଉପବିଜେତା ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ ରାଣୀଶୁକଦେଈ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା କବିତା ମହାପାତ୍ର ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ  ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଯୋଗଦାନ କରି କବାଡି ଖେଳ ହେଉଛି ଭାରତର ନିଜସ୍ୱ ଖେଳ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି କବାଡି ଖେଳ ଏବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସମ୍ମାନ ପାଇବା ସହିତ ଭାରତର କବାଡି ଖେଳାଳୀମାନେ ତାଙ୍କର କ୍ରୀଡା ନୂପୁଣତା ପାଇଁ ପ୍ରସିଦ୍ଧ ଅଟନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ରାଣୀ ଶୁକଦେଈ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ôନା ରାଣୀ ପଟ୍ଟନାୟକ, ବାଙ୍କୀ କଲେଜ କ୍ରୀଡା କ୍ଲବର ଉପସଭାପତି ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ପ୍ରମୁଖ ଯୋଗଦାନ କରିଥିଲେ । କ୍ରୀଡା ଶିକ୍ଷକ ନିରଞ୍ଜନ ସାହୁ ଖେଳ ସଂପର୍କରେ ସୌମ୍ୟକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ କୁ  ଅଶୋକ କୁମାର ଦାସ, ସୁମନ୍ତ ରାଉତ,ଜଗନ୍ନାଥ ଦଳେଇ, ନାରାୟଣ ଜେନା, କ୍ଷୀରୋଦ କୁମାର ପଟ୍ଟନାୟକ, ସମରେନ୍ଦ୍ର ନାୟକ, ବିଜୟ ମହାପାତ୍ର, ସ୍ନେହଲତା ମହାପାତ୍ର, ମନୋଜ କୁମାର ଦୈଲନା ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଣୀ ଶକୁଦେଈ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS