ନୟାଗଡ଼ ଜିଲ୍ଲା ‘ସକାଳ’ ବନ୍ଧୁ ମିଳନ
ନୟାଗଡ଼ (ମଣିଭଦ୍ରା ଖବର) ଦୈନିକ ଖବରକାଗଜ ‘ସକାଳ’ ନୟାଗଡ଼ ଜିଲ୍ଲା ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କଣ୍ଟିଲୋ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ପ୍ରତିନିଧି ଅନୀଲ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରସାର ବିଭାଗରୁ ସୁଧାଂଶୁ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଛାଡ଼ଖାଇ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସମସ୍ୟା ଭିତ୍ତିକ ଖବର, ଜନହିତକର ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା ଭିତ୍ତିକ ଖବର ଉପରେ ଧ୍ୟାନ ଦେବାକୁ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ପ୍ରତିନିଧି ଜନ୍ମେଜୟ ଦଳେଇ, ଭାପୁର ପ୍ରତିନିଧି ଶୁଭେନ୍ଦ୍ର ପଟ୍ଟନାୟକ, କଣ୍ଟିଲୋ ପ୍ରତିନିଧି ତପନ କୁମାର ମହାପାତ୍ର, ଗଣିଆ ପ୍ରତିନିଧି ଦେବୀପ୍ରସାଦ ଦାଶ, ଦଶପଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁ, ଶରଣକୁଳ ପ୍ରତିନିଧି ଜୟକୃଷ୍ଣ ସାହୁ, ଓଡ଼ଗାଁ ପ୍ରତିନିଧି ସାରସ କୁମାର ମିଶ୍ର, ରଣପୁର ପ୍ରତିନିଧି ନିରଞ୍ଜନ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ ।
ମଣିଭଦ୍ରା ଖବର



Post a Comment