ବୈଦନାଥ ମେମୋରିୟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
କଳାହାଣ୍ଡି- କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଛୋରିଗଡ ଗ୍ରାମରେ ୫୦ତମ ରାଜ୍ୟ ସ୍ତରିୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସ, ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟସ୍ତରୀୟ ୮ଟିଦଲ ଭାଗ ନେଇଥିବାବେଳେ,ଫାଇନାଲ ମ୍ୟାଚରେ କଳାହାଣ୍ଡି ଟିମ୍ ଏବଂ ଚିତ୍ରକୋଟ ଫାଇନାଲରେ ପହଞ୍ଚିଥିଲା,ଏହି ମ୍ୟାଚ ମା ଲଙ୍କେଶ୍ବରୀ ଆସୋସିଏସନର ୫୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସ ରରେ ସଦନ ମୋଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟାକ୍ଷା ସବିତା ମେହେର, ସମ୍ମାନିୟ ଅତିଥି ଜୁନାଗଡ ବିଡ଼ିଓ ଦେବାଶିଷ କର,ଉପାଧ୍ୟକ୍ଷ ପ୍ରମୋଦ ବେହେରା,ସରପଞ୍ଚ ସଭାପତି ତାରାରାୟ ଗୁରୁ, କର୍ତ୍ତବ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ ପଟ୍ଟନାୟକ,ପୁର୍ବତନ ସରପଞ୍ଚଙ୍କ ଧବଲେ ମାଝି, ସୁଧାଂଶୁ ଗୁରୁ,ସୁବାଷ ଗୁରୁ, ବିରେନ୍ଦ୍ର ବେହେରୁକ ମଞ୍ଚାସିନ ଥିବାବେଳେ,ଖେଲପରିଚାଲନା କରିଥିଲେ ସଞ୍ଜନ କୋଡେ଼ଇ,ରିଙ୍କୁ ପୁଝାରୀ,ସୁଶାନ୍ତ ପ୍ରଧାନ ପରିଚାଳନା କରୁଥିବାବେଳେ, ଚତୁର୍ଥ ରାୟଫରି ଭାବରେ ନିର୍ମଲ ଦଣ୍ଡସେନା,ବୁଲୁ ବେହେରୁକ ପରିଚାଳନା କରିଥିଲେ, ଏବଂ ବାବୁଲାଲ ଧାରା ବିବରଣୀ ପ୍ରଦାନ କରି ଦର୍ଶକଙ୍କୁ ଆକର୍ଷିତ କରୁଥିଲେ,କଳାହାଣ୍ଡି ଚମ୍ପିୟାନ ହୋଇଥିବାରୁ ଚମ୍ପିୟାନ ଦଲକୁ ମୁଖ୍ୟ ଅତିଥି ଟ୍ରଫି ସହିତ ଅର୍ଥରାଶି ପ୍ରଦାନକରିଥିଲେ।ଦର୍ଶକଙ୍କଭିଡ ପ୍ରବଳ ଦେଖିବାକୁ ମିଳିଥିଲା, କଳାହାଣ୍ଡି ବିଜୟ ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment