ବିଜେପି କରିବ ସ୍ବଦେଶୀ ସଂକଳ୍ପ ଅଭିଯାନ l
ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ମାସ ପଚିଶ ତାରିଖ ରୁ ଡିସେମ୍ବର ପଚିଶ ଭିତରେ ସାରା ଭାରତ ରେ ସ୍ବଦେଶୀ ସଙ୍କଳ୍ପ ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଭାରତୀୟ ଜନତା ପାର୍ଟି ଯୋଜନା କରିଥିବା ବେଳେ ଏହାକୁ ନେଇକି କୋରାପୁଟ ବିଧାୟକ ରଘୁରାମ ମାଛ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିବା ବେଳେ ଜିଲ୍ଲା ସଭାପତି ଶିବମୁଦୁଲି ମଣ୍ଡଳ ସଭାପତି ଓ ସଂସଦ ପ୍ରାଥୀ ଙ୍କ ପ୍ରତିନିଧି ଏଥିରେ ଯୋଗଦେଇ ଥିଲେ l ବିଧାୟକ ଙ୍କ କହିବା ପ୍ରକାରେ ସ୍ବଦେଶୀ ବସ୍ତ୍ର ଠୁ ଆରମ୍ଭ କରି ଖାଦ୍ୟପେୟ ସବୁ କ୍ଷେତ୍ରରେ ରେ ସ୍ବଦେଶୀ ହେବା ଉଚିତ ସେଥିପାଇଁ ଘରେ ଘରେ ସଚେତନତାର ବାର୍ତା ପହଂଚାଇବା ହେବା ଏହି ସାମ୍ବାଦିକ ସମ୍ମିଳନୀ ର ଲକ୍ଷ୍ୟ ଅଟେ l କେବଳ ସେତିକି ନୁହଁ ବେକାରୀ କୁ ନିପାତ କରିବା ସ୍ୱାବଲମ୍ବି ଶୀଳ ହେବା କ୍ଷେତ୍ରରେ ସବୁ ବର୍ଗ କୁ ସାମିଲ କରିବା ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ l ଅନ୍ୟପଟେ ଦେଖିଲେ ଏହି ସଂକଳ୍ପ ଅଭିଯାନ କୁ ଗ୍ରାମଞ୍ଚଳ ଠୁ ଧରି ଜିଲ୍ଲା ର କୋଣ ଅନୁକୋଣ ରେ ସଚେତନl ର ବାର୍ତା ପହଂଚିବା ହେଉଛି ଏହି ସାମ୍ବାଦିକ ସମ୍ମିଳନୀ ର ଲକ୍ଷ୍ୟ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment