କାର ଦୁର୍ଘଟଣା ରେ ଜଣେ ମୃତ,
ଦଶପଲ୍ଲା ୧୭/୧୦ ଶୁକ୍ରବାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାମ ଗୁରାହା ରାସ୍ତା ରେ ଏକ କାର ଗଛ ସହ ଧକ୍କା ଲାଗିବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଥିବା ୪ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି,ମୃତ ବ୍ୟକ୍ତିଙ୍କ ନାମ ପ୍ରକାଶ ପାତ୍ର( ୪୦) ଘର ,ରଗଡିମଡା,ଗୋଡିପଡା,ବୋଲି ଜଣାଯାଇଛି,ସେମାନେ ଏକ କାରରେ ବାମରୁ ଫେରୁଥିବା ବେଳେ ଭୋର ସମୟରେ ଗୁରାହା ନିକଟରେ ଏକ ଗଛ ସହ କାରଟିଏ ଧକ୍କା ଲାଗିଥିଲା ଫଳରେ ପ୍ରକାଶ ଗୁରୁତର ଆହତ ହୋଇଥିଲେ, ଚିକିତ୍ସା ନିମନ୍ତେ ଦଶପଲ୍ଲା ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା,, ଵାଣିଗୋଛା ପୋଲିସ ଶବକୁ ଜଵତ କରି ଦଶପଲ୍ଲା ଡାକ୍ତର ଥାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment