ବାଙ୍କୀ ବିଜେପି ପକ୍ଷରୁ କୃତଜ୍ଞତା ଉତ୍ସବ
ବାଙ୍କୀ,(ମାନସ ରଞ୍ଜନ ସାହୁ )ବାଙ୍କୀ ବିଜେପି ପକ୍ଷରୁ ଦଳିୟ କାର୍ଯ୍ୟକ୍ରମ ଠାରେ ଏକ କୃତଜ୍ଞତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିକଟରେ ଓଡ଼ିଶା ସରକାର ସମଗ୍ର ରାଜ୍ୟରେ ୭୫ଜଣ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପରିପ୍ରେକ୍ଷୀରେ ବାଙ୍କୀର ୩ଜଣ ବରପୁତ୍ର ରାଣୀଶୁକଦେଈ, ନୀଳମଣି ବିଦ୍ୟାରତ୍ନ ଓ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ଏହା ଫଳରେ ବାଙ୍କୀର ୩ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାପାଇଁ ସରକାର ମଞ୍ଜୁର କରିଛନ୍ତି । ବାଙ୍କୀ ବିଜେପି ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ , ସଂସ୍କୃତି ମନ୍ତ୍ରୀ ଓ ସାଂସଦଙ୍କୁ ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଜଗନ୍ନାଥ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ମୁଖ୍ୟଅତିଥି, ବାଙ୍କୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ କାହ୍ନୁଚରଣ ସିଂହ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସରୋଜ କୁମାର ମତଗଜ ସିିଂହ, ସରୋଜ କୁମାର ସାମନ୍ତରାୟ, ଜୟନ୍ତ କୁମାର ବେଉରା ଯୋଗଦେଇ ବାଙ୍କୀ ମାଟିର ମହାପୁରୁଷମାନଙ୍କର ଉଲ୍ଲେଖନୀୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ବାଙ୍କୀର ଆଉ ୩ଜଣ ମହାପୁରୁଷ ପଣ୍ଡିତ ଗୋବିନ୍ଦ ରଥ, ସମବାୟ ସମ୍ରାଟ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ ଓ ପ୍ରଥମ ବିଧାୟକ ତଥା ପ୍ରଜା ଆନ୍ଦୋଳନର ମହାରଥୀ ସ୍ୱର୍ଗତ ଗୋକୁଳାନନ୍ଦ ପ୍ରହରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଶେଷରେ ଜୟନ୍ତ କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


Post a Comment