କେନ୍ଦୁପଲ୍ଲୀ ଝାମୁଯାତ୍ରା ପାଳନ ପାଇଁ ଶାନ୍ତି କମିଟି-ପୁଲିସ ବୈଠକ
ଡିଜେ ବାଜା, ମଦ୍ୟପାନ ନୃତ୍ୟ, ଗଛ ବାଣ ଫୁଟାଇବା ସମ୍ପୂର୍ଣବନ୍ଦ,:ଥାନା
ବାଙ୍କୀ, 13 l 3(ମାନସ ରଞ୍ଜନ ସାହୁ):ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀରେ ହେବାକୁଥିବା ପଣା ସଂକ୍ରାନ୍ତି ଉପଲକ୍ଷେ ମାନସିକ ଗଛ ବାଣ ଓ ଆତସବାଜୀ ପ୍ରତିଯୋଗିତା, 10 ରୁ ଉର୍ଦ୍ଧ ଡିଜେ ବାଜାରେ ଠାକୁରଙ୍କ ମେଢ଼ ପରିକ୍ରମା, ମଦ୍ୟପଙ୍କ ନୃତ୍ୟ ଗୀତ ତାଳେ ଝାମୁଯାତ୍ରା ଉତ୍ସବ କିଭଳି ଶାନ୍ତିପୁର୍ଣ ଓ ଭାଇଚାରା ମଧ୍ୟରେ ପାଳନ ସେନେଇ ଦୁଲଣା ମନ୍ଦିର ପରିସରରେ ସନ୍ଧ୍ୟାରେ ଶାନ୍ତି କମିଟିର ସଦସ୍ୟ ମାନଙ୍କ ସହିତ ବୈଦ୍ୟେଶ୍ୱର ପୁଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା.ବୈଦ୍ୟେଶ୍ୱର ଥାନା ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ କେନ୍ଦୁପଲ୍ଲୀ ପଂଚାୟତ ର ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି,ସମିତିସଭ୍ୟ ପ୍ରେମାନନ୍ଦ ସାହୁ, ଗ୍ରାମ୍ୟ ସଭାପତି ବିଶ୍ଵନାଥ ସାହୁ,ସମ୍ପାଦକ ଧ୍ରୁବ ଚରଣ ସାହୁ, ସଦସ୍ୟ ମାଗି ଚୌଧୁରୀ,ବ୍ରଜବନ୍ଧୁ ସାହୁ, ଶରତ ଖୁଣ୍ଟିଆ, ବିଶ୍ଵନାଥ ପଲେଇ, ପିଙ୍କୁ ସାହୁ,ବିଜୟ କୁମାର ସାହୁ ପ୍ରମୁଖ 50ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ. ଶତାଧିକ ବର୍ଷ ଧରି ପାଳନ କରାଯାଉଥିବା କେନ୍ଦୁପଲ୍ଲୀ ଝାମୁଯାତ୍ରା ମହା ଆଡ଼ମ୍ବରେ ମେରୁ ଏବଂ ପଣା ସଂକ୍ରାନ୍ତି ଦିନ ଏବଂ ରାତ୍ରି ଝାମୁ ରେ ଗ୍ରାମର 20ଜଣ କାଲେସୀ ନିଷ୍ଠାପର ଉପାସ ବ୍ରତ ପାଳନ କରି କଣ୍ଟାଗଡ଼ା, ଏବଂ ଝାମୁଯାତ୍ରା ସମାପନ କରିଥାନ୍ତି. କିଛି ମାନସିକ ଧାରୀ ଭକ୍ତ ନିଜର ମାନସିକ ପୂରଣ ହେବା ପରେ ଝାମୁଁ ଚାଲିବା ଏବଂ ଅତସାବାଜୀ ଗଛ ବାଣ ପ୍ରଦାନ କରିଥାନ୍ତି. ଏହା ବହୁ ପୁରୁଣା ପ୍ରଥା ଭାବେ ଚାଲି ଆସୁଛି. ଗ୍ରାମରେ ଥିବା ଦେବା ଦେବୀଙ୍କୁ ଆବାହନ କରାଯାଇ ପୂର୍ବରୁ ସିଂଘ ବାଜା,ଢୋଲ, ଝାଞ୍ଜ, ଶଙ୍ଖ ତୁରି ରେ ମଣ୍ଡପ ବିଜେ ହେଉଥିଲେ. ଆଧୁନିକତା ଯୁଗରେ ଡିଜେ ବାଜା ପ୍ରସେସନ ରେ ରାତ୍ରି ଝାମୁଁ ଆଖୁପୋଖରୀ ପରିସରକୁ ଶତାଧିକ ଯୁବକ ମାନେ ନୃତ୍ୟ ପରିବେଷଣ ଭକ୍ତ ଭଗବାନ ମିଳନ ହେଉଥିଲା. ଏହା ଦେଖିବାକୁ ଗାଁ କୁ ବିଭିନ୍ନ ଅଂଚଳ ରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ.ଗ୍ରାମବାସୀ ମାନଙ୍କ ତରଫରୁ ପାରମ୍ପରିକ ଢୋଲ ବାଜା ଏବଂ ମାନସିକ ଗଛବାଣ ଫୁଟାଇବା ଆମର ପରମ୍ପରା ଅଛି.ନହେଲେ ସେଣ୍ଟିମେଣ୍ଟ କୁ ହଟ କରିବ ବୋଲି ବାଣ ଫୁଟାଇବାକୁ ଥାନା ଅଧିକାରୀଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ନିକଟରେ ଦାବୀ କରିଥିଲେ.ମାଡାମ ଏଥିରେ ରାଜି ହୋଇନଥିଲେ ଏବଂ ତାଙ୍କ ମିଟଂ ଅଧା ରହିଗଲା ବୋଲି ବିଶେଷ ସୂତରୁ ସୂଚନା.ମାନ୍ୟବର ହାଇକୋର୍ଟ, କଟକ ଜିଲ୍ଲାପାଳ ଏବଂ ଗ୍ରାମାଞ୍ଚଳ ଏସପିଙ୍କ ଠାରୁ ସ୍ୱୀକୃତି ଆଣିଲେ ଥାନା ତରଫରୁ ଅନୁମତି ପ୍ରଦାନ କରାଯିବ ନଚେତ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦେଇଥିଲେ. ଏ ସମ୍ପର୍କରେ ଥାନା ଅଧିକାରୀଣୀ ମହାନ୍ତିଙ୍କୁ ଫୋନରେ ଯୋଗାଯୋଗ କରିବାରେ କହିଲେ ଚଳିତ ବର୍ଷ ପ୍ରଶାସନ ନିୟମ ଅନୁଯାଇ ଯେ କୌଣସି ଲୋକ ଡିଜେ ବଜାଏ, (ଫାୟାର କ୍ରାକର )ବାଣ ଫୁଟାଏ, ମଦ୍ୟପାନ କରି ନୃତ୍ୟ ସମ୍ପୂର୍ଣ ବନ୍ଦ ନିର୍ଦେଶ ଦିଆଯାଇଛି. ଆସନ୍ତା ବର୍ଷ ଥାନା ଅଂଚଳ ରେ ବାହାଘର କିମ୍ବା ପୌରାଣିକ କାର୍ଯ୍ୟ ରେ ଡିଜେ ବାଜା ବାଣ ଫୁଟାଇବା ପୁରା ନିଶିଦ୍ଧ କରାଯାଇଛି. ପୁଣୀ ମଧ୍ୟ ବିଭିନ୍ନ ଗ୍ରାମରୁ କେନ୍ଦୁପଲ୍ଲୀ ଝାମୁଁ ଯାତ୍ରାକୁ ଡିଜେ ଗାଡ଼ି, ବାଣ ଗାଡ଼ି ଆସେ ଯାଞ୍ଚ କରି ସିଚ କରିବା ସହ ଗିରଫ କରାଯିବ. ଉପଖଣ୍ଡ ପ୍ରଶାସନ ନିୟମକୁ ମାନି ପରାମ୍ପ୍ରିରିକ ବାଜା ରେ ଉତ୍ସବ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସମସଙ୍କର କର୍ତଵ୍ୟ ଏହାକୁ ଉଲଙ୍ଗନ କଲେ କେସ ରୁଜୁ ହୋଇ ଗିରଫ କରାଯିବ ବୋଲି ଆଇ ଆଇ ସି ଦୁର୍ଗେଶ ନନ୍ଦିନୀ ମହାନ୍ତି ଜଣାଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ


Post a Comment