BREAKING
Loading...
:

ଦଶହରାରେ ଅଘୋଷିତ ବିଦ୍ୟୁତ୍ କାଟ୍,ଶୋଇରହିଛି ବିଦ୍ୟୁତ୍ ବିଭାଗ

 ଦଶହରାରେ ଅଘୋଷିତ ବିଦ୍ୟୁତ୍ କାଟ୍,ଶୋଇରହିଛି ବିଦ୍ୟୁତ୍ ବିଭାଗ

ନୟାଗଡ (ମଣିଭଦ୍ରା ଖବର) ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ବିଭିନ୍ନ ପୂଜା ମଣ୍ଡପରେ ଅସମ୍ଭବ ଗହଳି ଦେଖିବାକୁ ମିଳିଛି । ତେବେ ଅନେକ ପୂଜା ମଣ୍ଡପ ଅନ୍ଧାରରେ । ଦିନ ୩ଟାରୁ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ୍ ହୋଇଥିବା ବେଳେ ୬ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି ତଥାପି ଲାଇନର ଦେଖା ନାହିଁ । ବର୍ଷା କିଛି ମାତ୍ରାରେ ଦଶହରାକୁ ଫିକା କରିଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ କାର୍ଯ୍ୟାଳୟରେ କର୍ମଚାରୀ ମାନେ ନଥିବା ବେଳେ ଡ୍ୟୁଟିରେ ଯାଇଛନ୍ତି ନା ଦଶହରା ମେଢ଼ ବୁଲୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତେବେ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ସାଧାରଣରେ ଦାବି ହେଉଛି । 

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS