BREAKING
Loading...
:

କର୍କଟ ପୀଡିତ ରୋଗୀ ଙ୍କୁ ସେବା ସଂସ୍ଥାନ ର ସହାୟତା

 *କର୍କଟ ପୀଡିତ ରୋଗୀ ଙ୍କୁ ସେବା ସଂସ୍ଥାନ ର ସହାୟତା*

    



   ଚିକିଟି:  ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଂଚାୟତ ତଥା ଚାନ୍ଦପୁର ଗ୍ରାମର ବୁଲୁ ସାହୁ ବହୁତ ଦିନ ଧରି କର୍କଟ ରୋଗ ରେ ପୀଡିତ ଥିଲେ  ନିୟମିତ ଚିକିତ୍ସା ହେତୁ ଆର୍ଥିକ ପରିସ୍ଥିତି ବିଗିଡି ଗଲାଣି । ପରିବାର କହିଲେ ଘରେ ବଢିଲା ଝିଅ ଓ ଛୋଟ ପୁଅ ଟିଏ , ସ୍ତ୍ରୀ କୁଲି ମଜୁରୀ କରି ବହୁତ କଷ୍ଟ ରେ ପରିବାର ଖର୍ଚ୍ଚ ଓ ଚିକିତ୍ସା ଖର୍ଚ୍ଚ ତୁଲାଇବାରେ ଅକ୍ଷମ । ଏହି ଦୁଖଦଃ ଖବର ଶୁଣି ସେବା ସଂସ୍ଥାନ ଚିକିଟିର ସଦସ୍ୟ ମାନେ କର୍କଟ ପୀଡିତ ବୁଲୁ ସାହୁ ଙ୍କ ଘରେ ପହଂଚି ଦଶ ହଜାର ( ୧୦୦୦୦ ) ର ଆର୍ଥିକ ସାହାଯ୍ୟ କରିଥିଲେ  ଏବଂ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ ସେ ବହୁତ ଶୀଘ୍ର ସୁସ୍ଥ ହୋଇ ପୁଣି ତାଙ୍କ ପରିବାର ର ହସଖୁସି ରେ ଭାଗିଦାରୀ ହୁଅନ୍ତୁ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS