*କର୍କଟ ପୀଡିତ ରୋଗୀ ଙ୍କୁ ସେବା ସଂସ୍ଥାନ ର ସହାୟତା*
ଚିକିଟି: ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଂଚାୟତ ତଥା ଚାନ୍ଦପୁର ଗ୍ରାମର ବୁଲୁ ସାହୁ ବହୁତ ଦିନ ଧରି କର୍କଟ ରୋଗ ରେ ପୀଡିତ ଥିଲେ ନିୟମିତ ଚିକିତ୍ସା ହେତୁ ଆର୍ଥିକ ପରିସ୍ଥିତି ବିଗିଡି ଗଲାଣି । ପରିବାର କହିଲେ ଘରେ ବଢିଲା ଝିଅ ଓ ଛୋଟ ପୁଅ ଟିଏ , ସ୍ତ୍ରୀ କୁଲି ମଜୁରୀ କରି ବହୁତ କଷ୍ଟ ରେ ପରିବାର ଖର୍ଚ୍ଚ ଓ ଚିକିତ୍ସା ଖର୍ଚ୍ଚ ତୁଲାଇବାରେ ଅକ୍ଷମ । ଏହି ଦୁଖଦଃ ଖବର ଶୁଣି ସେବା ସଂସ୍ଥାନ ଚିକିଟିର ସଦସ୍ୟ ମାନେ କର୍କଟ ପୀଡିତ ବୁଲୁ ସାହୁ ଙ୍କ ଘରେ ପହଂଚି ଦଶ ହଜାର ( ୧୦୦୦୦ ) ର ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ ସେ ବହୁତ ଶୀଘ୍ର ସୁସ୍ଥ ହୋଇ ପୁଣି ତାଙ୍କ ପରିବାର ର ହସଖୁସି ରେ ଭାଗିଦାରୀ ହୁଅନ୍ତୁ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق