BREAKING
Loading...
:

ନାବାଳକ କୁ ମୁଣ୍ଡରେ ପଥର ଛେଚି ହତ୍ୟା ଅଭିଯୋଗ, ଅଭିଯୁକ୍ତ ଗିରଫ

 ନାବାଳକ କୁ ମୁଣ୍ଡରେ ପଥର ଛେଚି ହତ୍ୟା  ଅଭିଯୋଗ, ଅଭିଯୁକ୍ତ ଗିରଫ



ଲାଞ୍ଜିଗଡ, -: ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜୋବା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଯୋବା ଗାଁର ବିଙ୍ଗରି ମାଝୀ (୩୭) ଜଣେ ୫ ବର୍ଷର ଶିଶୁ ଚନ୍ଦନ ମାଝୀକୁ  ଦିନ ଦ୍ୱିପ୍ରହରେ ମୁଣ୍ଡରେ ପଥର ଛେଚି ହତ୍ୟା ଅଭିଯୋଗରେ ଗିରଫ କରିଛି ବିଶ୍ଵନାଥପୁର ପୁଲିସ। ସୂଚନାନୁସାରେ ମୃତ ଚନ୍ଦନର ବାପା ସୁଦର ମାଝୀ ଓ ମାଁ ସନୁ ମାଝୀ ପୋଡ଼ସୀ ଗାଁକୁ ଏକ ଦଶାହ କାର୍ଯ୍ୟରେ ଯାଇଥିଲେ। ହେଲେ ଏପଟେ ବିଙ୍ଗରି ମାଝୀ ଚନ୍ଦନକୁ ବିସ୍କୁଟ କିଣିଦେବି କହି ଦୋକାନକୁ ଡ଼ାକିନେଇଥିଲା ଓ ଆସିବା ବାଟରେ କୌଣସି କାରଣରୁ ଚନ୍ଦନର ମୁଣ୍ଡରେ  ପ୍ରଥମେ ଛୋଟ ପଥର ଟେକା ମାରିଥିଲା ଯାହାଫଳରେ ଚନ୍ଦନର ମୁଣ୍ଡଫାଟି ରକ୍ତାତ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଯାଇଥିଲା। ଚନ୍ଦନ କାଳେ ଚେତା ପାଇ ତାର ପରିବାରକୁ ସବୁ କଥା ଜଣେଇ ଦେବ ବୋଲି ପୁଣି କାଠ ଫାଳରେ ଆକ୍ରମଣ କରିଥିଲା ଓ ପରେ ମୁଣ୍ଡରେ ପଥର ଛେଚି ଦେବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ରାସ୍ତା କଡରେ ପଡିରହିଥିଲା। ପରେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଚେତାଶୂନ୍ୟ ଅବସ୍ଥାରେ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ନେଇଁଥିବା ବେଳେ ଅତ୍ୟନ୍ତ ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଥିବା ବାଟରେ ଚନ୍ଦନର ମୃତ ଘଟିଥିଲା। ପରିବାର ପକ୍ଷରୁ ବିଶ୍ୱନାଥପୁର  ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପରେ ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କ ନେତୃତ୍ୱରେ ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି ବିଶ୍ଵନାଥପୁର ପୁଲିସ। ଅପରପକ୍ଷରେ ଗିରଫ ଅଭିଯୁକ୍ତକୁ ଥାନାକୁ ନେଇ ପଚରା ଉଚୁରା କରୁଥିବା ଅଭିଯୁକ୍ତ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଲାଞ୍ଜିଗଡ଼ ଠାରେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା  ବେଳେ ଏନେଇ ବିଶ୍ୱନାଥପୁରା ଥାନା କେଶ ନଂ ୬୩/୨୫ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବିଙ୍ଗରି ମାଝୀକୁ କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁରା ଥାନାଧିକାରୀ ତୁଳସୀରାମ ଶବର ପ୍ରକାଶ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS