ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ପ୍ରଦାନ
ଖଣ୍ଡପଡ଼ା ୭|୧୦ (ମଣିଭଦ୍ରା ଖବର) ଖଣ୍ଡପଡ଼ା ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଏକ ଅଗ୍ନି ନିରାପତ୍ତା ସଂର୍ପକିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ସହରର ଉମାଦେବୀ ଛକସ୍ଥିତ ବିଦ୍ୟୁତ ବିଭାଗ ଟିପିସିଓଡିଏଲ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ବିଭାଗ ହାବିଲଦାର ସରୋଜ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ବିଦ୍ୟୁତ ବିଭାଗରେ କାର୍ଯ୍ଯରତ କର୍ମଚାରୀମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା।ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ କିଭଳି ଅଗ୍ନିକାଣ୍ଡକୁ ପ୍ରଶମିତ କରାଯିବ ସେ ସଂପର୍କିତ କଳାକୌଶଳ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା।ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର ସହାୟତାରେ ମଧ୍ଯ କିପରି ନିଆଁକୁ ଆୟତ କରାଯାଇ ପାରିବ ସେ ସଂପର୍କରେ ମଧ୍ଯ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଅଗ୍ନିଶମ ବାହିନୀ ପକ୍ଷରୁ ନବକିଶୋର ସାହୁ, ସୁବ୍ରତ କୁମାର ସାହୁ,ମଙ୍ଗୁଳି ଚରଣ ଦାସ,ସୁମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ବିଦ୍ୟୁତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଜରୁରୀକାଳୀନ ପରିସ୍ଥିତିରେ ଅଗ୍ନିକୁ କିପରି ଆୟତ୍ତ କରାଯିବ ସେ ସଂପର୍କରେ ଜ୍ଞାନ ଆହରଣ କରିଥିଲେ।ଏ ଅବସରରେ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଆଦିତ୍ୟ କୁମାର ଦାସ,ନୟାଗଡ଼ ବିଦ୍ୟୁତ ଖଣ୍ଡ ସୁରକ୍ଷା ଅଧିକାରୀ ବିଶ୍ୱଭୂଷଣ ବିଶୋଇ, ସୁପରଭାଇଜର ମାନସ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ବିଦ୍ୟୁତ ବିଭାଗ ପକ୍ଷରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment