ରାଇରଙ୍ଗପୁର କଚେରୀ ଷ୍ଟାଡିୟମ୍ ପଡିଆ ଠାରେ ଏକ ମେଗା ଏକ୍ସପୋ ବିକଶିତ ଓଡିଶାର ଶୁଭାରମ୍ଭ-
ଓଡିଶାରେ ବହୁ ବିଭାଗ ଓ ସଂଘ ରହିଛି , ସେମାନଙ୍କ ସହ ବ୍ଯବସାୟିକ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ଓ ଶିଳ୍ପଭିତ୍ତିକ ଉନ୍ନତିକରଣ ର ପ୍ରୟାସ କରିବା ହେଉଛି ବିକଶିତ ଓଡିଶାର ପ୍ରମୁଖ ଲକ୍ଷ୍ଯ I ଉକ୍ତ ବିକଶିତ ଓଡିଶା ପ୍ରଦର୍ଶନୀରେ ବହୁ ବିଭାଗ ଆସିଥାନ୍ତି, ସେମାନଙ୍କ ମଧ୍ଯରେ ଗବେଷଣା, ଉଦ୍ଦ୍ଯୋଗ, ଗଠନକରଣ, ଶିକ୍ଷା, ସ୍ବାସ୍ଥ୍ଯ, ବିଜ୍ଞାନ, ପ୍ରଯୁକ୍ତି, ଆଇନ ଓ ନ୍ଯାୟ, ଯୋଗାଯୋଗ, ପରିବହନ, ମହିଳା ଓ ଶିଶୁ କଲ୍ଯାଣ, ବ୍ଯାକିଙ୍ଗ, ବେପାର ଓ ବାଣିଜ୍ଯ, କଳା ଓ ସଂସ୍କୁତି ଆଦି I ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଆଦିବାସୀ ଅଧ୍ଯୁଷିତ ଉପାନ୍ତ ଅଞ୍ଚଳ ରାଇରଙ୍ଗପୁର ସହରସ୍ତ କଚେରୀ ଷ୍ଟାଡିୟମ୍ ପଡିଆ ଠାରେ ଏକ ମେଗା ଏକ୍ସପୋ ବିକଶିତ ଓଡିଶା ପ୍ରଦର୍ଶନୀ ମେଳା ଆଜି ୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ I ଉଦଘାଟନୀ ସମାବେଶରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦାଃ, ଭାରତୀୟ ଜନତା ପାର୍ଟି ରାଜ୍ଯ ସମ୍ପାଦକ ନବୀନ ରାମ,ବରିଷ୍ଟ ନେତା ସଂଜୀବ ମହାନ୍ତି ଓ ସାଂସଦ ପ୍ରତିନିଧି ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ l ସଭାପ୍ରାରମ୍ଭରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଙ୍କଜରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କଲା ପରେ ରାଇରଙ୍ଗପୁର ସହରର ବଳିଷ୍ଠ ବ୍ଯକ୍ତିବିଶେଷ ଗୀତାଞ୍ଜଳି ତ୍ରିପାଠୀ, କାଳିପ୍ରସନ୍ନ ମହାନ୍ତି, ଶୁଭକାନ୍ତ ନାୟକ, ରାଜେଶ କୁମାର ରାମ, ମାନସ ଦାସ ଓ ଅଭିଜିତ ନନ୍ଦ ପ୍ରମୁଖଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I ଏହାପରେ ସମ୍ମାନିତ ବିଧାୟକ ଗଣ ଭାଦବ ହାଁସଦାଃ, ଜଲେନ ନାଏକ ଓ ପ୍ରକାଶ ସୋରେନ ବିକଶିତ ଓଡିଶା ସଂପର୍କରେ ସଂକ୍ଷିପ୍ତ ବକ୍ତବ୍ଯ ପ୍ରଦାନ କରିଥିଲେ I ପରିଶେଷରେ ମୁଖ୍ଯଅତିଥି ମାନ୍ଯବର ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ବିକଶିତ ଓଡିଶା ବିଷୟରେ କହିବାକୁ ଯାଇ କହିଥିଲେ ଯେ, ଆସନ୍ତା ୨୦୩୬ ବେଳକୁ ବିକାଶର ସ୍ବତନ୍ତ୍ର ଓଡିଶା ପରିକଳ୍ପନା କରାଯାଉଥିଲା ବେଳେ ୨୦୪୭ ସୁଦ୍ଧା ଓଡିଶାକୁ ଏକ ସୁମୁଦ୍ଧ ବିକାଶଶୀଳ ରାଷ୍ଟ୍ରରେ ଗଠନ କରିବା I ଓଡିଶା ଶିକ୍ଷା, ସ୍ବାସ୍ଥ୍ଯ, ଗମନାଗମନ, ପରିବହନ, ଯୋଗାଯୋଗ, ବେପାରବାଣିଜ୍ଯ ଆଦି କ୍ଷେତ୍ରରେ ଉନ୍ନତି କରିଛି , ତାହାକୁ ବିକଶିତ ଓଡିଶା ପ୍ରଦର୍ଶନୀ ମାଧ୍ଯମରେ ପ୍ରଦର୍ଶନ କରିବା ପରମ ଲକ୍ଷ୍ଯ I ଆଜି ଏମଏସଏମଇ ମାଇନିଂ ବିଜସେସ୍ ଅବା ଶିମିଳିପାଳ ଜାତୀୟ ଉତ୍ଯାନ କଥା ହେଉ, ଓଡିଶା ଯଥେଷ୍ଟ ଉନ୍ନତି ସାଧିିତ ହୋଇଛି I ଉକ୍ତ ସଭାକୁ ଶିକ୍ଷକ ରଂଜନ କୁମାର ନନ୍ଦ ପରିଚାଳନା କରିଥିବା ବେଳେ ଅଧ୍ଯାପକ ବିଜୟ କୁମାର ରାମ ଧନ୍ଯବାଦ ଅର୍ପଣ କରିଥିଲେ I ଏହି ବିକଶିତ ଓଡିଶା ପ୍ରଦର୍ଶନୀ ମେଳାରେ ଆଧାରକାର୍ଡ ନୂତନକରଣ ଓ ସଂଶୋଧନ କରାଯାଇଥିଲା I ଉକ୍ତ ବିକଶିତ ଓଡିଶା ପ୍ରଦର୍ଶନୀ ମେଳା ଦେଖିବା ପାଇଁ ରାଇରଙ୍ଗପୁର ତଥା ଉପଖଣ୍ଡ ର ସମସ୍ତ ବ୍ଲକରୁ ଲୋକେ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment