ହୋଟେଲ ମାଲିକଙ୍କୁ ବୋଲେରୋ ଯୋଗେ ଚାପି ଦେଇ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ଅଭିଯୁକ୍ତ ଜେଲରେ।
ବଲାଙ୍ଗୀର/ଟିଟିଲାଗଡ଼, -: ଟିଟିଲାଗଡ଼ ସହର ର ଅଙ୍କୁର ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ଏକ ବୋଲେରୋ ଗାଡି ନିଜେ ଚଳେଇ ଯୋଜନା ବଦ୍ଧ ଭାବେ ସହର ର ଅନ୍ୟ ଜଣେ ହୋଟେଲ ବ୍ୟବସାୟୀ ଙ୍କୁ ଗାଡି ଚପେଇ ହତ୍ୟା ଉଦ୍ୟମ କରିଥିବା ନେଇ ଟିଟିଲାଗଡ଼ ପୋଲିସ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି, ସେ ଅପରାହ୍ନ ସମୟ ରେ ଟିଟିଲାଗଡ଼ ଜେଲ ହାଜତ କୁ ଯାଇଥିବା ସୂଚନା ମିଳିଛି । ଟିଟିଲାଗଡ଼ ର ହୋଟେଲ ବ୍ୟବସାୟୀ ଶିବ ଦୟାଲ ଜୈନ ଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତାଙ୍କୁ ଯୋଜନା ବଦ୍ଧ ଭାବେ ସେ ଘରକୁ ଯିବା ବେଳେ ଫୋଲୋ କରି ଅଭିଯୁକ୍ତ ତାଙ୍କୁ ଏକ ଧଳା ରଙ୍ଗର ବୋଲେରୋ ଚପେଇବା ଉଦ୍ୟମ କରିଥିଲେ। ଘଟଣା ସ୍ଥଳ ରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଏଥିରେ ଶ୍ରୀ ଜୈନ ବର୍ତ୍ତୀ ଯାଇ ଆହତ ହୋଇଥିଲେ। -ପୋଲିସ ସିସିଟିଭି ଫୁଟେଜରେ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତ ର ବୟାନ ରେକର୍ଡ କରିଛି।
ସହରରେ ଜଣେ ହୋଟେଲ ମାଲିକଙ୍କୁ ବୋଲେରୋ ଗାଡ଼ିରେ ଚାପି ଦେବାର ଏକ ଚାଞ୍ଚଲ୍ୟକର ଘଟଣା ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ସିସିଟିଭି ରୃ ଘଟଣା ର କଏଦ ସବିଶେଷ ହାସଲ କରି ତଦନ୍ତକୁ ଜୋରଦାର କରି ଥିଲା ।
ଏହି ରିପୋର୍ଟ ଅନୁଯାୟୀ, ହୋଟେଲ ମାଲିକ ଟିଟିଲାଗଡ଼ ବିଡିସିସି ବ୍ୟାଙ୍କ ସମ୍ମୁଖ ରେ ଏକ ନିଛାଟିଆ ରାସ୍ତାରେ ତାଙ୍କ ସ୍କୁଟରରେ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ବୋଲେରୋ ଗାଡ଼ି ହଠାତ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଆହତ ହୋଟେଲ ମାଲିକଙ୍କୁ ତାଙ୍କ ପରିବାର ସଦସ୍ୟମାନେ ତୁରନ୍ତ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଘଟଣାର ଭିଡିଓ ପ୍ରକାଶ ପାଇବା ପରେ, ପୋଲିସ ବୋଲେରୋ ଗାଡ଼ି ଖୋଜା ଆରମ୍ଭ କରିଥିଲା ଏବଂ ଟିଟିଲାଗଡ଼ ବ୍ୟବସାୟୀ ଅଙ୍କୁର ଅଗ୍ରୱାଲଙ୍କୁ ଥାନାକୁ ଡକାଇ ଜେରା କରି ଥିଲା। ସବିଶେଷ ଜେରା ପରେ ପୋଲିସ ତାଙ୍କୁ ହାଜତ କୁ ନେଇଥିଲା। ଘଟଣାରେ ବ୍ୟବହୃତ ବୋଲେରୋ ଗାଡ଼ିର କୌଣସି ନମ୍ବର ପ୍ଲେଟ୍ ନଥିଲା ବୋଲି ଜଣାପଡିଛି ଏବଂ ପୋଲିସ ଏହାକୁ ଜବତ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପୀଡିତ ହୋଟେଲ ମାଲିକ ଏବଂ ଅଭିଯୁକ୍ତ ବ୍ୟବସାୟୀଙ୍କ ମଧ୍ୟରେ ବ୍ୟବସାୟିକ କାରବାର ଏବଂ ବ୍ଲାକମେଲିଂ ସହିତ ପୂର୍ବରୁ ବିବାଦ ଥିଲା। ପୋଲିସ ଏହି ଦିଗକୁ ମଧ୍ୟ ତଦନ୍ତ କରୁଛି।
ପ୍ରଶାସନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଏପରି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛି। ପୋଲିସ ଆଶ୍ୱାସନା ଦେଇଛି ଯେ ମାମଲାର ପ୍ରତ୍ୟେକ ଦିଗର ତଦନ୍ତ କରାଯାଉଛି ଏବଂ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ।
ଏ ଘଟଣା ନେଇ ସହର ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଘଟଣା ର ସବିଶେଷ ତଦନ୍ତ ଲୋକ ଲୋଚନ କୁ ଆଣିବା ପାଇଁ ବ୍ୟବସାୟୀ ସଂଙ୍ଘ ତଥା ବିଭିନ୍ନ ମହଲ ରୁ ଦୃଢ଼ ଦାବି ହୋଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment