କୋରାପୁଟ ରେ ଓଡିଶା ଶିଳ୍ପୀ ମହାସଂଘ ର ତ୍ରୟୋଦଶ ବାର୍ଷିକ ଅଧିବେଶନ ଅନୁଷ୍ଠିତ l ସ୍ଥାନୀୟ ସଂକୃତି କଳା ପରିଷଦ ଠାରେ ଓଡିଶା ଶିଳ୍ପୀ ମହାସଂଘ ର ତ୍ରଯୋବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି କୋଟପାଡ଼ ବିଧାୟକ ରୁପୁ ଭତ୍ରା ମୁନିସିପାଲିଟି ଅଧ୍ୟକ୍ଷ ଲଲl ଟ ରଞ୍ଜନ ସେଠୀ ସମେତ ବିଭିନ୍ନ ଜିଲ୍ଲା ର ଶିଳ୍ପୀ ଯୋଗଦେଇ ଆଜିର କାଯ୍ୟକ୍ରମ ର ରୂପରେଖ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନ ରେ ରାଜ୍ୟର ସମସ୍ତ ଶିଳ୍ପୀ କାରିଗରୀ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ରାଜ୍ୟସରକାର ଙ୍କ ନିକଟରେ ଉପସ୍ଥାପନା କରିବାକୁ ସଙ୍ଘ ନିଷ୍ପତି ନେଇଥିବା ବେଳେ କୋରାପୁଟ ବିଧାୟକ ବିଧାନସଭା ରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଭାରେ କହିଥିଲେ l ଏ ଉପଲକ୍ଷେ ପ୍ରଥମେ ବିଭିନ୍ନ ବିଦ୍ୟାଳୟ ର ପିଲାଙ୍କୁ ନେଇ ଏକ ଚିତ୍ରକଳl ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଓ ପରେ ଅତିଥି ଙ୍କ ଦ୍ୱାରା ଚିତ୍ର ଶିଳ୍ପୀ ଠୁ ଧରି ଗଣମାଧ୍ୟ୍ୟମ ପ୍ରତିନିଧି ପ୍ରତିଯୋଗିତା ରେ କୃତିତ୍ୱ ହlସଲ କରିଥିବା ପିଲାମାନଙ୍କୁ ଏ ଉପଲକ୍ଷେ ପୁରସ୍କୃତ କରାଯାଇଥିଲା l ଏ ସମସ୍ତ କାଯ୍ୟକ୍ରମ କୁ ସଙ୍ଘର ସଂପlଦକ ପ୍ରିୟରଂଜନ କର ସଂଯୋଜନା କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment