ପ୍ରଶାସନିକ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ବାଙ୍କୀ (ମାନସ ରଞ୍ଜନ ସାହୁ): ବାଙ୍କୀ ବ୍ଲକର ବିଡିଓ ସଂଗ୍ରାମ କେଶରୀ ଭୋଳଙ୍କ କାର୍ଯ୍ୟକଳାପ ତଥା ସରକାରୀ ନିୟମକୁ ଅବମାନନା କରିବା ସହିତ କ୍ଷମତାକୁ ଅପବ୍ୟବହାର କରି ବିଭିନ୍ନ ବେଆଇନ୍ କାର୍ଯ୍ୟ କରୁଥିବା ସଂପର୍କରେ ଆଜି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତଙ୍କ ସମେତ ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟାମାନେ କଟକ ଜିଲ୍ଲାପାଳଙ୍କୁ କଟକସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଡିଓ ଶ୍ରୀ ଭୋଳ ଓଡ଼ିଶା ପଞ୍ଚାୟତ ରାଜ ବିଭାଗ ନିୟମ, ନିର୍ଦ୍ଦେଶାନାମା ଓ ଗାଇଡ୍ଲାଇନ୍କୁ ଅମାନ୍ୟ କରି ନିଜ କ୍ଷମତାକୁ ପ୍ରୟୋଗ କରୁଛନ୍ତି । ଫଳରେ ବ୍ଲକର କାର୍ଯ୍ୟକଳାପ ଦିନକୁ ଦିନ ନିମ୍ନଗତି ହେଉଛି । ଓଡ଼ିଶା ପଂଚାୟତ ସମିତି ଆକ୍ଟର ଦଫା ୧୯(୨) ୧୯୫୯ ଅନୁଯାୟୀ ବିଡିଓ ଚେୟାରମ୍ୟାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟକରିବା କଥା । ଓଡ଼ିଶା ପଞ୍ଚାୟତ ରାଜ ବିଭାଗର ଚିଠି ନମ୍ବର ୧୦୫୦୫ ତା.୨୩.୧୦.୨୦୦୩ ଅନୁଯାୟୀ ପଂଚାୟତ ସମିତି ଅଧ୍ୟକ୍ଷ ଓ ବିିଡିଓଙ୍କ ଉଭୟ ତଦାରଖରେ କାର୍ଯ୍ୟ କରାଯିବ । ପରବର୍ତ୍ତୀ ସରକାରଙ୍କ ଚିଠି ନଂ-(ଆଡ୍ମିନ୍) ୫୩/୦୯୩୩୯୭୯/ପି.ଆର୍ ତା.୨୩.୧୦.୨୦୦୯ ରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି । ବିଡିଓ ସମସ୍ତ ପ୍ରକାର ସରକାରଙ୍କର ଚିଠି, ନିର୍ଦ୍ଦେଶାନାମା ଓ ଆର୍ଥିକ ମଞ୍ଜୁର ଚେୟାରମ୍ୟାନଙ୍କ ଦ୍ୱାରା କରାଇବା ସହିତ ବିଡିଓ ସମସ୍ତ କାଜୁଆଲ୍ ଛୁଟି ଏବଂ ଅନ୍ୟାନ୍ୟ ଛୁଟି ଚେୟାରମ୍ୟାନଙ୍କ ମଞ୍ଜୁର ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ବିଡିଓ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଚେୟାରମ୍ୟାନଙ୍କ ଠାରୁ ମଞ୍ଜୁର କରାଇବେ ଏବଂ ପଂଚାୟତ ସମିତିର ସଭାଗୁଡିକ ଚେୟାରମ୍ୟାନଙ୍କ ଦ୍ୱାରା ଅନୁମୋଦିତ କରାଯାଇ କାର୍ଯ୍ୟକାରୀ କରାଇବେ । କିନ୍ତୁ ବାଙ୍କୀ ବ୍ଲକ ବିଡିଓ ଏହାକୁ କାର୍ଯ୍ୟକାରୀ କରାଉ ନାହାଁନ୍ତି । ଫଳରେ ସରକାରଙ୍କ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ୨୦୨୫-୨୬ ଆଲୋଚନା ହୋଇ ପାରୁ ନାହିଁ କିମ୍ବା ପଂଚାୟତ ସମିତିରେ ମଞ୍ଜୁର କରାଯାଇ ନାହିଁ । ବାଙ୍କୀ ବ୍ଲକର ସମସ୍ତ ପଂଚାୟତ ସମିତି ସଭ୍ୟମାନେ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସଭ୍ୟମାନଙ୍କୁ ଅନ୍ଧକାରରେ ରଖାଯାଉଛି । ପଂଚାୟତ ସମିତି ସଭ୍ୟମାନେ ଏ ସଂପର୍କର ତଦନ୍ତ କରି ବ୍ଲକର କାର୍ଯ୍ୟକ୍ରମକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ଗ୍ରାମାଞ୍ଚଳର ଜନସାଧାରଣଙ୍କ କପରି ଉନ୍ନତି ହୋଇପାରିବ ସେ ସଂପର୍କରେ ବହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଟକ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି ।
ମଣିଭଦ୍ରା ଖବର, ବାଙ୍କୀ


Post a Comment