BREAKING
Loading...
:

ବାଙ୍କୀ ଏନ୍‌.ଏ.ସିକୁ ମୁନିସ୍‌ପାଲ୍‌ଟି ପାଈଁ ଦାବୀ

 ବାଙ୍କୀ ଏନ୍‌.ଏ.ସିକୁ ମୁନିସ୍‌ପାଲ୍‌ଟି ପାଈଁ ଦାବୀ




ବାଙ୍କୀ,(ମାନସ ରଞ୍ଜନ ସାହୁ):ବାଙ୍କୀ ଏନ୍‌.ଏ.ସି ଗଠନ ହେବାର ୬୦ବର୍ଷ ବିତିଗଲାଣି । ଏହି ପରିପ୍ରେକ୍ଷୀରେ ଏହାକୁ ମୁନିସ୍‌ପାଲ୍‌ଟିରେ ପରିଣତ କରିବା ପାଇଁ ବାଙ୍କୀ ବିକାଶ ମଞ୍ଚ ଓ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଦାବୀ କରିଛନ୍ତି । ବିଶେଷ କରି ପୌରପରିଷଦ ଯୋଗ୍ୟତା ନିମନ୍ତେ ନିମ୍ନଲିଖିତ ତଥ୍ୟ ସମୂହକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ମଞ୍ଚର ଅଧ୍ୟକ୍ଷ ଶୁଭ୍ରାଂଶୁ ମୋହନ ପାଢୀ ସରକାରଙ୍କ ଧ୍ୟାନ ଅକର୍ଷଣ କରିଛନ୍ତି । ବର୍ତ୍ତମାନ ଥିବା ଏନ୍‌.ଏ.ସି ଅଞ୍ଚଳ ସହିତ କେନ୍ଦ୍ରୀୟ ଜୋନ୍ ୩୭ନମ୍ବର ଅନ୍ତର୍ଗତ ୯ଗୋଟି ଗ୍ରାମପଂଚାୟତକୁ ହିସାବକୁ ନେବା ସହିତ ଏଠାରେ ୭୦ ହଜାରରୁ ଉର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି । ତେଣୁ ଏହା ପୌରପରିଷଦ ମାନ୍ୟତା ପାଇଁ ମାପକାଠି ହେବ । ଏଥି ସହିତ ଏହି ଅଞ୍ଚଳ ମଧ୍ୟରେ ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ପୀଠ, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳ, ରାଣୀଶୁକଦେଈ ମହିଳା ମହାବିଦ୍ୟାଳୟ ଓ ୧୪ଗୋଟି ଉଚ୍ଚ ବିଦ୍ୟାଳୟ ରହିଛି, ୨ଗୋଟି ହାଟ ଚର୍ଚ୍ଚିକା ହାଟ ଓ ତୁଳସୀପୁର ହାଟ, ୧୨ଗୋଟି ରାଷ୍ଟ୍ରାୟତ ବ୍ୟାଙ୍କ ସହିତ ପୁରାତନ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ, ୪ଗୋଟି କୋର୍ଟ, ଉପଜିଲ୍ଲାପାଳ, ତହସିଲ, ସବ୍‌-ଟ୍ରେଜେରୀ, ସବ୍‌-ରେଜିଷ୍ଟ୍ରାର ଆଦି କାର୍ଯ୍ୟାଳୟ ରହିଛି । ଚଳିତ ବର୍ଷ ପୌରାଞ୍ଚଳ, ବ୍ଲକ, ପଞ୍ଚାୟତର ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି । ସେଥିରେ ମହାନଦୀର ଉତ୍ତରପଟେ ଥିବା ୭ଗୋଟି ଗ୍ରାମ ପଂଚାୟତକୁ ନେଇ ଗୋଟିଏ ବ୍ଲକ ଏବଂ ପଶ୍ଚିମ ଦିଗରେ ଥିବା ୧୩ଗୋଟି ଗ୍ରାମପଂଚାୟତକୁ ନେଇ ଅନ୍ୟ ଏକ ବ୍ଲକ ହେବାକୁ ଦାବୀ ରହିଛି । ବିଶେଷ କରି ଭାରତ ସରକାରଙ୍କ ପ୍ରସ୍ତାବିତ ୬ଲାଇନ୍ ବିଶିଷ୍ଟ ଜାତୀୟ ରାଜପଥ ବାଙ୍କୀ ପରିସୀମା ଦେଇ ଯାଉଥିବା ଫଳରେ ବସ୍‌ଷ୍ଟାଣ୍ଡ୍‌, ଡ୍ରେନେଜ୍ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା ଓ ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠାରେ କୃଷି ଭିତ୍ତିକ ଶିଳ୍ପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଶା ବାଣୀ ଭଣ୍ଡାରକୁ ବାଙ୍କୀର ବରପୁତ୍ର ପଣ୍ଡିତ ଗୋବିନ୍ଦ ରଥ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ରାୟବାହାଦୂର ବିଦ୍ୟାଧର ପଣ୍ଡା, ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ ଜୟଦେବ ପୁରସ୍କାର ପ୍ରାପ୍ତ ଚଳଚିତ୍ର ଅଭିନେତା ହେମନ୍ତ ଦାସଙ୍କ ଜନ୍ମମାଟି ଏହି ଅଞ୍ଚଳରେ ରହିଛି । ଉପରୋକ୍ତ ଦାବୀ ସଂପର୍କରେ ଓଡ଼ିଶା ସରକାର ସୁବିଚାର କରି ବାଙ୍କୀକୁ ପୌରାଞ୍ଚଳ କରିବା ପାଇଁ ଶ୍ରୁଭାଂଶୁ ମୋହନ ପାଢ଼ୀ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନରେ ସମାଜସେବୀ ଉତ୍କଳ ମନ୍ତ୍ରୀ, ସଂଗ୍ରାମ ବିଭୂତି ରାୟ ପ୍ରମୁଖ ଉପସ୍ଥିତ ଥିଲେ । ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS