ମୁଣ୍ତିଆ ହନୁମାନଙ୍କ ପୀଠରେ ହନୁମାନ ଚାଳିଶା ପଠନ
ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ମର୍ଦ୍ଦରାଜପୁର ମୁଣ୍ତିଆ ହନୁମାନଙ୍କ ପୀଠରେ ୭ମ ବାର୍ଷିକ ଶ୍ରୀ ଅଖଣ୍ଡ ହନୁମାନ ଚାଳିଶା ପାଠ ଓ ଘୃତଯଜ୍ଞ କାର୍ଯ୍ଯକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଶ୍ରୀମୁଣ୍ତିଆ ହନୁମାନ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ ନୀଳକଣ୍ଠପ୍ରସାଦ,ଗୋଛାବାରି,ମିଟୁଆଣି,ମାଧପୁର,ବେଣାଗାଡିଆ,ମର୍ଦ୍ଦରାଜପୁର ଗ୍ରାମର ଚାଳିଶା ମଣ୍ଡଳୀର ସଦସ୍ଯମାନେ ଉପସ୍ଥିତ ରହି ହନୁମାନ ଚାଳିଶା ପଠନ କରିଥିଲେ।ଏ ଅବସରରେ ପ୍ରାତଃ ସମୟରେ ଘଟ କଳସ ସ୍ଥାପନ ଓ ସୂର୍ଯ୍ୟନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଥିଲା।ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ପୂର୍ଣ୍ଣାହୁତି ଉତ୍ସବରେ ଯୋଗଦେଇ ବିଗ୍ରହଙ୍କୁ ଦର୍ଶନ କରିଥିଲେ।ବ୍ରାହ୍ମଣ ସମାଜର ପୁରୋଧାମାନେ ଯଜ୍ଞ କାର୍ଯ୍ଯ ତୁଲାଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment