"ପତ୍ନୀ ଚାକରାଣୀ ନୁହଁନ୍ତି, ସେ ଜୀବନସାଥୀ": ଛାଡ଼ପତ୍ର ମାମଲାରେ ସ୍ୱାମୀଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ଟିପ୍ପଣୀ କରିଛନ୍ତି । ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, "ପତ୍ନୀ ଜଣେ ଚାକରାଣୀ ନୁହଁନ୍ତି, ସେ ହେଉଛନ୍ତି ଜୀବନସାଥୀ ।" ଘର କାମ ନ କରିବା କିମ୍ବା ରୋଷେଇ ନ କରିବାକୁ 'କ୍ରୂରତା' ବୋଲି କୁହାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ମାମଲାର ଶୁଣାଣି ବେଳେ ଜଷ୍ଟିସ ସନ୍ଦୀପ ମେହେଟ୍ଟା କହିଛନ୍ତି, "ଆପଣ କୌଣସି ଚାକରାଣୀକୁ ବିବାହ କରୁନାହାନ୍ତି, ଆପଣ ଜଣେ ଜୀବନସାଥୀଙ୍କୁ ବିବାହ କରୁଛନ୍ତି ।" ସେହିପରି ଜଷ୍ଟିସ ବିକ୍ରମ ନାଥ କହିଛନ୍ତି ଯେ, ସମୟ ବଦଳିଛି ଏବଂ ବର୍ତ୍ତମାନର ଯୁଗରେ ରୋଷେଇ କରିବା କିମ୍ବା ଲୁଗା ସଫା କରିବା ଭଳି କାମରେ ସ୍ୱାମୀଙ୍କୁ ମଧ୍ୟ ସମାନ ସହଯୋଗ କରିବାକୁ ପଡ଼ିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment