ଦେଶୀମଦ ଜବତ, ବାପ ଓ ପୁଅ ଗିରଫ
ଖଣ୍ତପଡା ୩୯l୨୦୨୫:ଖଣ୍ଡପଡ଼ା ଅବକାରୀ ବିଭାଗ ପକ୍ଷରୁ ଫତେଗଡ ଥାନା ଅଧିନ ବନମାଳୀପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ବୁଧବାର ଅଚାନକ ଚଢାଉ କରାଯାଇ ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କ ଘରୁ ୪୦ ଲିଟର ଦେଶୀମଦ ଜବତ କରାଯିବା ସହ ଚୋରା ଦେଶୀମଦ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ କର୍ମଚାରୀମାନେ ମୃତ୍ଯୁଞ୍ଜୟ ଓ ତାର ପୁଅ ଦୀପୁନା ତ୍ରିପାଠୀଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଅବକାରୀ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି।ଚଢାଉ ଅଭିଯାନରେ ଖଣ୍ଡପଡ଼ା ଅବକାରୀ ଅଧିକାରୀ ଦୀପକ କୁମାର ଜେନାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଏ ସଂର୍ପକରେ ଏକ କେସ ରୁଜୁ ହୋଇଥିବା ଜଣାଯାଇଛି।ପ୍ରକାଶଥାଉକି ଗତ କିଛି ଦିନ ତଳେ ଚୋରା ଦେଶୀମଦ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଅବକାରୀ କର୍ମଚାରୀମାନେ ମୃତ୍ଯୁଞ୍ଜୟକୁ ଗିରଫ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment