BREAKING
Loading...
:

କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ଷ୍ଟେଟ ବ୍ୟାଙ୍କ ଖଣ୍ଡପଡ଼ା ଶାଖା ପରିଚାଳକଙ୍କ ବିରୋଧରେ ଅଭିଯୋଗ

 କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ଷ୍ଟେଟ ବ୍ୟାଙ୍କ ଖଣ୍ଡପଡ଼ା ଶାଖା ପରିଚାଳକଙ୍କ ବିରୋଧରେ ଅଭିଯୋଗ 



ଖଣ୍ଡପଡ଼ା ଖଣ୍ଡପଡ଼ା ସହରର ରଥଗଡାଛକସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଦିର୍ଘ ୧୭ ବର୍ଷ ଧରି କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ମହେଶ ପ୍ରସାଦ ସାହୁଙ୍କୁ ବ୍ୟାଙ୍କ ଶାଖା ପରିଚାଳକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ନାଲି ଆଖି ଦେଖାଇ ଧମକ ଦେଇ ବ୍ୟାଙ୍କ ଶାଖାରୁ ଗତ ୧ ତାରିଖରେ ବିଦା କରି ଦେଇଥିବା ଜଣାପଡିଛି। ଘଟଣା ସଂର୍ପକରେ ମହେଶ କେନ୍ଦ୍ରୀୟ ଶ୍ରମ ବିଭାଗ ଅଧିକାରୀଙ୍କୁ ଭେଟି ଗତ ୨ ତାରିଖରେ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।ଘଟଣାକ୍ରମେ ମହେଶ ଦୈନିକ ବ୍ୟାଙ୍କ ଶାଖା ପରିସରକୁ ସଫା କରିବା, କର୍ମଚାରୀମାନଙ୍କ ନିମନ୍ତେ ରୋଷେଇ ବାସ କରିବା ସହ ଶାଖା ପରିଚାଳକଙ୍କ ବ୍ୟକ୍ତିଗତ କାର୍ଯ୍ଯ କରିଥାନ୍ତି।ମାତ୍ର ଏବେ କିଛିଦିନ ତଳେ ବ୍ୟାଙ୍କ ଶାଖାରେ ଯୋଗ ଦେଇଥିବା ନୂତନ ଶାଖା ପରିଚାଳକ ମହେଶଙ୍କୁ ଶୌଚାଳୟ ସଫା କରିବା ପାଇଁ ବାଧ୍ଯ କରିଥିବା ବେଳେ ଉକ୍ତ କାର୍ଯ୍ଯ ପାଇଁ ମହେଶ ଅନିଚ୍ଛା ପ୍ରକାଶ କରି ଶାଖା ପରିଚାଳକଙ୍କ ରୋଷର ଶିକାର ହୋଇଥିବା ଜଣାଯାଇଛି।ବ୍ୟାଙ୍କ ଶାଖା ପରିଚାଳକ ମହେଶଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବ୍ୟାଙ୍କ ଶାଖାରୁ ବିଦା କରିଦେବା ସହ ଗତ ଅଗଷ୍ଟ ମାସର କାର୍ଯ୍ଯ ବାବଦ ପ୍ରାପ୍ଯ ତାଙ୍କୁ ପ୍ରଦାନ କରିନଥିବା ଜଣାପଡିଛି।ବ୍ୟାଙ୍କ ଶାଖାରୁ ବିଦା ହେବାପରେ ମହେଶ ନ୍ଯାୟ ପାଇବା ନିମନ୍ତେ କେନ୍ଦ୍ରୀୟ ଶ୍ରମ ବିଭାଗ ଅଧିକାରୀଙ୍କ ସମେତ ଷ୍ଟେଟ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS