BREAKING
Loading...
:

୩୬ କିଲୋ ଗଞ୍ଜେଇ ଜବତ,କାର ସହିତ ଜଣେ ଗିରଫ

 ୩୬ କିଲୋ ଗଞ୍ଜେଇ ଜବତ,କାର ସହିତ ଜଣେ ଗିରଫ 



ଦଶପଲ୍ଲା (ମଣିଭଦ୍ରା ଖବର) କାରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଜଣେ ଗିରଫ ହୋଇଥିବା ବେଳେ ତାଙ୍କ ଠାରୁ ୩୬ କିଲୋ ଗଞ୍ଜେଇ ସହିତ କାର ଜବତ ହୋଇଛି । ଘଟଣାରୁ ଜଣାପଡିଛି ହରଭଙ୍ଗା ଥାନା ସକୁଳେଇ ଗ୍ରାମର ରାଜକିଶୋର ଦନାୟକ ଏକ ସ୍ବିଫ୍ଟ ଡିଜାୟାର କାର ନେଇ ଦ୍ରୁତ ଗତିରେ ଆସୁଥିବା ବେଳେ ବାଣିଗୋଛା ଥାନା ଅଧିକାରୀ ବିନୟ କୁମାର ପରିଡ଼ା ଖବର ପାଇ ଗାଡିଟିର ପିଛା କରିଥିଲେ । ତେବେ ମଧ୍ୟଖଣ୍ଡ ଥାନା ଆଦର୍ଶ ବିଦ୍ୟାଳୟ ପଛପାଖ ରାସ୍ତାରେ ମଧ୍ୟଖଣ୍ଡ ପୋଲିସ ଏବଂ ବାଣିଗୋଛା ପୋଲିସ ଗାଡିଟିକୁ ମାଡି ବସିଥିଲେ ‌। ସେଥିରୁ ୩୬ କିଲୋ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗଞ୍ଜେଇ ଚାଲାଣରେ ବ୍ୟବହୃତ କାରଟି ମଧ୍ୟ ଜବତ ହୋଇଛି । ତେବେ ବୈଦ୍ଧ ଜିଲ୍ଲାରୁ ପ୍ରତିଦିନ ଦଶପଲ୍ଲା ଦେଇ ଗଞ୍ଜେଇ ବେପାର କରିବା ବେପାରୀଙ୍କ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS