ଏଲିମେଣ୍ଟାରୀ ସ୍ତରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ଶୋଭନ କୁମାର ପଣ୍ଡା
ଗଣିଆ (ମଣିଭଦ୍ରା ଖବର) ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଏଲିମେଣ୍ଟାରୀ ସ୍ତରରେ ଗଣିଆ ବ୍ଳକରୁ ଜଣେ ଶିକ୍ଷକ ମନୋନୀତ ହୋଇଛନ୍ତି । ନୟାଗଡ ଜିଲ୍ଲାର ୮ଟି ବ୍ଳକରୁ ଜଣେ ଜଣେ ଶିକ୍ଷକଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ତରଫରୁ ଆସନ୍ତାକାଲି ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ପୁରସ୍କାର ବଣ୍ଟନ କରାଯିବ । ଏହି ଅବସରରେ ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଶିକ୍ଷକ ଶୋଭନ କୁମାର ପଣ୍ଡାଙ୍କୁ ଗଣିଆ ବ୍ଳକ ପାଇଁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ଶ୍ରୀ ପଣ୍ଡା ଜଣେ ଉତ୍ତମ ଶିକ୍ଷକ ଭାବେ ବେଶ୍ ପରିଚିତ । ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ ସାଂଗଠନିକ ଦାୟିତ୍ବ ନିର୍ବାହ କରିବାରେ ସେ ସବୁବେଳେ ତତ୍ପର । ଏହି ଘଟଣା ଜଣାପଡିବା ପରେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ପ୍ରଧାନଶିକ୍ଷୟତ୍ରୀ ତଥା ପରିଚାଳନା କମିଟି ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ମଣିଭଦ୍ରା ଖବର, ଗଣିଆ
Post a Comment