BREAKING
Loading...
:

ଗଣିଆ ବଣିକ ସଂଘ ତରଫରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

 ଗଣିଆ ବଣିକ ସଂଘ ତରଫରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ 



ଗଣିଆ ୦୨/୦୯(ମଣିଭଦ୍ରା ଖବର) ଗଣିଆ ବଜାର ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରଘୁନାଥ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦାଶରଥି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ପ୍ରଭାତ କୁମାର ଦାଶ, ଉପସଭାପତି କୂଳମଣି ସାହୁ, ଜଗନ୍ନାଥ ଦାଶ, ପ୍ରଦୀପ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ । ଗଣିଆରେ ପୀଠେ ପୂଜା ହୋଇଥିବାରୁ ଅକ୍ଟୋବର ୨ ତାରିଖରେ ଦଶହରା ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ପୂଜା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୧ ତାରିଖ ଏବଂ ୨ ତାରିଖ ଦୁଇ ଦିନ ଧରି ବଜାର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଅକ୍ଟୋବର ୫ ତାରିଖରେ ଭସାଣି ହେବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ସମସ୍ତ ବ୍ୟବସାୟୀ ଦୋକାନ ବନ୍ଦ କରି ଭସାଣିରେ ଯୋଗ ଦେବାକୁ ସଭାପତି ନିବେଦନ କରିଥିଲେ । ନିଜ ନିଜର ଦାୟିତ୍ବ ସମ୍ପାଦନ କରିବା ସହିତ ଦଶହରା କିଭଳି ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି ସଭାପତି ମତବ୍ୟକ୍ତ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS