ଶ୍ରୀଅନ୍ନ ଅଭିଯାନ ସଚେତନତା ରଥ ଶୁଭାରମ୍ଭ
ଗଣିଆ ୦୨/୦୯(ମଣିଭଦ୍ରା ଖବର) ଗଣିଆ ବ୍ଳକ ପରିସରରେ ଶ୍ରୀଅନ୍ନ ଅଭିଯାନ ସଚେତନତା ରଥ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ରାଜକିଶୋର ସାହୁ, ବେଲପଡାପାଟଣା ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସୁପରଭାଇଜର କଳ୍ପନା ମିଶ୍ର,ଗଣିଆ ଉନ୍ନୟନ କମିଟି ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରାଙ୍କ ସମେତ ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ । ଏହି ରଥ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ଗଣିଆ ବ୍ଳକର ୮ଟି ପଞ୍ଚାୟତ ପରିଭ୍ରମଣ କରି ଜନସଚେତନତା ସୃଷ୍ଟି କରିବ ବୋଲି ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକ ପ୍ରକାଶ କରିଛନ୍ତି । ଗାଁ ଗାଁରେ ମାଣ୍ଡିଆର ବହୁଳ ବ୍ୟବହାର ତଥା ମାଣ୍ଡିଆର ଉପକାରିତା ସମ୍ପର୍କରେ ପ୍ରଚାର ପ୍ରସାର କରିବା ପାଇଁ ସରକାରଙ୍କ ଏହି ପ୍ରୟାସ ଚଳିତବର୍ଷ ମାଣ୍ଡିଆ କ୍ଵିଣ୍ଟାଲ ପିଛା ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଚାଷୀମାନେ ମାଣ୍ଡିଆ ଚାଷ କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ବ୍ଳକ ଅଧ୍ୟକ୍ଷା ସୂଚନା ପ୍ରଦାନ କରିଥିଲେ । ଗରୀବଙ୍କ ଖାଦ୍ୟ ରୂପେ ପରିଚିତ ମାଣ୍ଡିଆ ଏବେ ଧନୀ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ବୋଲି ସେ ପ୍ରକାଶ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
Post a Comment