ଖଳିସାହିରେ 'ସୁସ୍ଥ ନାରୀ ସଶକ୍ତ ପରିବାର' ଅଭିଯାନର ଶୁଭାରମ୍ଭ
ଖଣ୍ଡପଡ଼ା ୧୭|୯l୨୦୨୫:-ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିସ୍ଥିତ ଉପ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ 'ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ' କାର୍ଯ୍ୟକ୍ରମ ବୁଧବାର ଉଦଘାଟିତ ହୋଇଯାଇଛି। ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଡ. ଅଭିସାର ପଣ୍ଡା ଅତିଥି ରୁପେ ଯୋଗଦେଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରିବା ଅବସରରେ ମହିଳା ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ଓ ପରାମର୍ଶ ପ୍ରଦାନ କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ଆୟୋଜିତ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଜରିଆରେ ହଜାର ହଜାର ମହିଳା ଉପକୃତ ହେବେ ବୋଲି ଜଣାପଡ଼ିଛି।ଏ ଅବସରରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉପସ୍ଥିତ ମହିଳାମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ ପ୍ରଭୃତି ରୋଗ ପରୀକ୍ଷା, ନୀରିକ୍ଷା କରାଯାଇଥିଲା।ନୂଆ ଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ ବିଶ୍ୱରଞ୍ଜନ ସୁବୁଦ୍ଧି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କନକଲତା ପୂଜାରୀଙ୍କ ସମେତ ଅଙ୍ଗନୱ୍ଵାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନେ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ।
ଖଣ୍ଡପଡ଼ା ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଖବର।
Post a Comment