ବୈଦ୍ୟେଶ୍ୱର ବନ ବିଭାଗ ଏବଂ କଳାପଥର ଦମକଳ କେନ୍ଦ୍ରରେ ଏକ୍ ପେଡ୍ ମା’କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଙ୍କୀ(ମାନସ ରଞ୍ଜନ ସାହୁ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ୭୫ତମ ଜନ୍ମ ଜୟନ୍ତୀ ଅବସରରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ୍ ପେଡ୍ ମା’କେ ନାମ୍ କାର୍ଯ୍ୟକ୍ରମ ଅନୁଯାୟୀ ବୃକ୍ଷରୋପଣ କରାଯାଇଛି । ଫାୟାର ଅଧିକାରୀ ନରେନ୍ଦ୍ର ମହାନ୍ତିଙ୍କ ଅଧିକାରୀ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କଳାପଥର ପଂଚାୟତ ସରପଞ୍ଚ କମଳା ସ୍ୱାଇଁ, ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ, ସମାଜସେବୀ ଦିଲ୍ଲୀପ ପ୍ରତାପସିଂହ, ବାଙ୍କୀ-ଡମପଡା (odmm)ଓଡିଶା ଡିଜିଟାଲ ସଙ୍ଘ ସଭାପତି ସାମ୍ବାଦିକ ମାନସ ରଞ୍ଜନ ସାହୁ,ସାମ୍ବାଦିକ ଶିବପ୍ରସାଦ ସାହୁ, ଯୁବନେତା ମଳୟ କୁମାର ସ୍ୱାଇଁ ପ୍ରମୁଖ ସ୍ୱଚ୍ଛେସେବୀମାନେ ଯୋଗଦାନ କରି ଦମକଳ କେନ୍ଦ୍ର ପରିସରରେ ବେଲ, ନିମ୍ବ, ଅଶୋକଆଦି ବୃକ୍ଷ ରୋପଣ କରିଥିଲେ ।
ସେହିପରି ବୈଦ୍ୟେଶ୍ୱର ଫରେଷ୍ଟ ହାଉସ ତରଫରୁ ଭାରତର ପ୍ରଧାନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଆହ୍ୱାନ କ୍ରମେ "ଏକ ପେଡ ମା କେ ନାମ " ଅଭିଯାନ ଅଧୀନରେ ସାରା ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ ହେଉଅଛି l ଏହି ଅବସରରେ ବୈଦେଶ୍ଵର ବନ ବିଭାଗର ବନପାଳ ଗଦାଧର ବିଶ୍ଵାଳଙ୍କ ସଂଯୋଜନାରେ ବୈଦେଶ୍ଵର ଦିଶା ମିନି ଷ୍ଟାଡିୟମ ରେ ସମୂହ ବୃକ୍ଷରୋପଣ ଅନୁଷ୍ଠିତ ହୋଇଅଛି l ଏହି କାଯ୍ୟକ୍ରମକୁ ବୈଦେଶ୍ଵର ସରପଞ୍ଚ ଶ ସୁରଞ୍ଜନ ପଣ୍ଡା ଶୁଭାରମ୍ଭ କରିଥିଲେ l ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମାଧ୍ୟ୍ୟରେ କଟକ ଜିଲ୍ଲା ପରିଷଦ ୩୪ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରତିନିଧି ଜୟକୃଷ୍ଣ ସାହୁ, ବିଶିଷ୍ଟ କବି, ସାହିତ୍ୟିକ ରବିନାରାୟଣ ମଙ୍ଗରାଜ, ନାଟେରୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ ପ୍ରେମାନନ୍ଦ ବେହେରା, ଦିଶା କମିଟିର ସଭ୍ୟ ନାରାୟଣ ଖଟୁଆଙ୍କ ସମେତ କମିଟି ର ଅନ୍ୟାନ୍ୟ ସଭ୍ୟ, ବନବିଭାଗ ର ଫରେଷ୍ଟର ଗଦାଧର ବିଶ୍ଵାଳ, ବନରକ୍ଷୀ ସୁଶ୍ରୀ ଶର୍ମିଷ୍ଠା ନନ୍ଦ, ମଞ୍ଜୁଲତା ବେହେରା ଏବଂ ବୈଦେଶ୍ଵର IIC ସଞ୍ଜୟ କୁମାର ଜେନାଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
Post a Comment