**ପାଜିବାହାଳି ରୁ ମୋହନଗିରି ମୁଖ୍ୟ ରାସ୍ତା ଲୁହାପୋଲ ପାଲଟିଛି ମରଣ ଯନ୍ତା**
ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ବସ ଯାତ୍ରୀ
(ମ.ରାମପୁର)-:
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପାଜିବାହାଳି ରୁ ମୋହନଗିରି ମୁଖ୍ୟ ରାସ୍ତା ମାଣିକେରା ପଞ୍ଚାୟତ ର ପିପାଳପଡ଼ା, ବାଞ୍ଜାମୁଣ୍ଡା, ମାଣିକେରା ଠାରେ ଲୁହା ଝୁଲା ପୋଲ ବହୁ ବର୍ଷ ହେଲା ନିର୍ମାଣ ହୋଇଛି l ଏହି ରାସ୍ତାଟି କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଛି । ସବୁଦିନ ହଜାର ହଜାର ଯାତ୍ରୀ ଭାରି ଯାନବାହାନ ଯିବାଆସିବା କରିଥାଏ ଏହି ରାସ୍ତା ରେ । ହେଲେ ବିଡମ୍ବନା ର ବିଷୟ ଏ ପର୍ଯ୍ୟନ୍ତ ମରାମତି କାମ ଥରୁଟିଏ ବି ହୋଇନାହିଁ ଯାହାଫଳରେ ଯାନବାହାନ ଗଲେ ଲାଗିଥିବା ଲୁହାର ପ୍ଲେଟ ଗୁଡିକ ଉଫୁଡ଼ି ଯାଉଛି l
ସକାଲୁ ଲଷ୍ମୀ ବସ୍ ମ.ରାମପୁର ରୁ ମୋହନଗିରି ଯିବା ସମୟରେ ମାଣିକେରା ଗାଁ ପାଖରେ ରେ ଥିବା ଲୁହା ଝୁଲା ପୋଲ ବସ ଯିବା ସମୟରେ ଗୋଟିଏ ବଡ଼ ଲୁହା ପ୍ଲେଟ ଉଫୁଡ଼ି ଯାଇଥିଲା । ଡ୍ରାଇଭର ସାହାସିକତା ଯୋଗୁଁ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚିଯାଇଛି ।କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି l, ଆଗାମୀ ଦିନରେ ଏହାର ମରାମତି ଯଦି ନହୁଏ ବହୁ ଦୁର୍ଘଟଣା ହେବା ସମ୍ଭାବନା ରହିଛି l ସମସ୍ତ ଲୁହା ଝୁଲା ପୋଲର ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment