BREAKING
Loading...
:

ପାଜିବାହାଳି ରୁ ମୋହନଗିରି ମୁଖ୍ୟ ରାସ୍ତା ଲୁହାପୋଲ ପାଲଟିଛି ମରଣ ଯନ୍ତା**

 **ପାଜିବାହାଳି ରୁ ମୋହନଗିରି ମୁଖ୍ୟ ରାସ୍ତା ଲୁହାପୋଲ ପାଲଟିଛି ମରଣ ଯନ୍ତା**



ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ବସ ଯାତ୍ରୀ


  (ମ.ରାମପୁର)-:

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପାଜିବାହାଳି ରୁ ମୋହନଗିରି ମୁଖ୍ୟ ରାସ୍ତା ମାଣିକେରା ପଞ୍ଚାୟତ ର ପିପାଳପଡ଼ା, ବାଞ୍ଜାମୁଣ୍ଡା, ମାଣିକେରା ଠାରେ ଲୁହା ଝୁଲା ପୋଲ ବହୁ ବର୍ଷ ହେଲା ନିର୍ମାଣ ହୋଇଛି l ଏହି ରାସ୍ତାଟି କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଛି ।  ସବୁଦିନ ହଜାର ହଜାର ଯାତ୍ରୀ ଭାରି ଯାନବାହାନ ଯିବାଆସିବା କରିଥାଏ ଏହି ରାସ୍ତା ରେ ।  ହେଲେ ବିଡମ୍ବନା ର ବିଷୟ ଏ  ପର୍ଯ୍ୟନ୍ତ  ମରାମତି କାମ ଥରୁଟିଏ ବି ହୋଇନାହିଁ ଯାହାଫଳରେ ଯାନବାହାନ ଗଲେ ଲାଗିଥିବା ଲୁହାର ପ୍ଲେଟ ଗୁଡିକ ଉଫୁଡ଼ି  ଯାଉଛି l

 ସକାଲୁ ଲଷ୍ମୀ ବସ୍  ମ.ରାମପୁର ରୁ ମୋହନଗିରି ଯିବା ସମୟରେ ମାଣିକେରା ଗାଁ ପାଖରେ ରେ ଥିବା ଲୁହା  ଝୁଲା ପୋଲ ବସ ଯିବା ସମୟରେ ଗୋଟିଏ ବଡ଼ ଲୁହା ପ୍ଲେଟ ଉଫୁଡ଼ି ଯାଇଥିଲା ।  ଡ୍ରାଇଭର ସାହାସିକତା ଯୋଗୁଁ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚିଯାଇଛି ।କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି l, ଆଗାମୀ ଦିନରେ ଏହାର ମରାମତି ଯଦି ନହୁଏ ବହୁ ଦୁର୍ଘଟଣା ହେବା ସମ୍ଭାବନା ରହିଛି l  ସମସ୍ତ ଲୁହା ଝୁଲା ପୋଲର  ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS