BREAKING
Loading...
:

ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ,ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

 ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ,ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ।।



ଲାଞ୍ଜିଗଡ଼, -: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ଏସ୍‌ବିଆଇ ଆଇ ଏଟିଏମ୍ ଭାଙ୍ଗି ଚୋରି ଉଦ୍ଯମ ହୋଇଥିଲା |ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଯୁବକ ଶଙ୍କର ହରିଜନଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ପରିସରରେ ଥିବା ଏସ୍‌ବିଆଇ ଶାଖାର ଏଟିଏମ୍ କୌଣସି ଚୋର ପ୍ରଥମେ ସଟର ଭାଙ୍ଗି ସେଥିରେ ସଫଳ ନହେବାରୁ ଉପରେ ଥିବା କାଚ କବାଟ ଭାଙ୍ଗି ଭିତରେ ପଶିବା ସହିତ ଏଟିଏମ୍ ତାଡ଼ି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଚୋର ଜଣକ ରେନକୋର୍ଟ ଓ ମୁହଁରେ ମାସ୍କ ପିନ୍ଧି ଚୋରି ଉଦ୍ୟମ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏ ସମ୍ପର୍କରେ ଖବର ପାଇ ଶନିବାର ଭୋର୍‌ରୁ କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ ମାଝୀ, ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ।ଏସ୍‌ବିଆଇ ଲାଞ୍ଜିଗଡ଼ ଶାଖା ପରିଚାଳକ ସତୀଶ ମହାକୁଡ଼ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଶନିବାର ବ୍ୟାଙ୍କ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ସିଡ଼ିଟିଭି ଆଧାରରେ ଲାଞ୍ଜିଗଡ ଥାନା ଜଗନ୍ନାଥପୁର ପଞ୍ଚାୟତ ଘଡେଇତୋଟା ର ଅଭିଯୁକ୍ତ ଶଙ୍କର ହରିଜନ (୨୭)କୁ ରବିବାର କୋର୍ଟ ଚାଲାଣ କରା ଯାଇଥିବା ଲାଞ୍ଜିଗଡ଼ ଏସଆଇ ଡୋଳାମଣି ବିଶି ପ୍ରକାଶ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS