BREAKING
Loading...
:

ସେପ୍ଟେମ୍ବର ୨୦ ରେ ଆଦିବାସୀ କୁଡୁମୀ ସମାଜ ର ରେଳ ଅବରୋଧ।

 ସେପ୍ଟେମ୍ବର ୨୦ ରେ ଆଦିବାସୀ କୁଡୁମୀ ସମାଜ ର ରେଳ ଅବରୋଧ।



  ଅପରାହ୍ନ ୩ଘଣ୍ଟା ସମୟରେ ବାରିପଦା ଷ୍ଟାଡିଅମ ଠାରେ ଆଦିବାସୀ କୁଡୁମୀ ସମାଜ ଓ କୁଡୁମୀ ଏକତା ମଞ୍ଚ ତରଫରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମୋନଜ

କୁମାର ମହାନ୍ତ ଙ୍କ ସଭାପତିତ୍ୱରେ ନିମ୍ନ ଲିଖିତ ବିଷୟ ମାନଙ୍କ ଉପରେ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା।

ବିଷୟ୧

ସୁଦୀର୍ଘ ୭୯ବର୍ଷ ଧରି କୁଡୁମୀ ମାନଙ୍କର ST ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରୁଥିବା ରୁ ଆସନ୍ତା ୨୦ ସପ୍ଟେମ୍ବର ସକାଳ ୫ଟା ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଭଞ୍ଜପୁର ରେଳ ଷ୍ଟେସନ ଠାରେ ରେଳ ରୋକ କାର୍ଯ୍ୟକ୍ରମ ହେବ।

୨-

ସରକାରଙ୍କ ଅବହେଳା କାରଣରୁ କୁଡୁମାଲି ଭାଷା ଆଜି ପର୍ଯ୍ୟନ୍ତ ସମ୍ବିଧାନର ଅଷ୍ଟମ ପରିଛେଦରେ ସ୍ଥାନ ପାଇ ପାରିଲା ନାହିଁ।


ସଭାରେ ଆଦିବାସୀ କୁଡୁମୀ ସମାଜର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତ,ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ସଂଜୀବ କୁମାର ମହାନ୍ତ,ଜିଲ୍ଲା ଯୁବମୋର୍ଚା ସଭାପତି ସ୍ନେହାଶିଷ ମହାନ୍ତ ,ଲଳିତ ରଞ୍ଜନ ମହାନ୍ତ ଓ ଉପଦେଷ୍ଟା କୃପାସିନ୍ଧୁ ମହାନ୍ତ ପ୍ରଭୁତି ସଂଖ୍ୟାଧିକ ଲୋକ ଉକ୍ତ ସଭାରେ ଯୋଗ ଦେଇଥିଲେ ଓ ଶେଷରେ ସଭାପତି ଙ୍କୁ ଧନ୍ୟବାଦ ଦେଇ ସଭାସାଂଜ୍ଞ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS