BREAKING
Loading...
:

ବିଶ୍ୱକର୍ମା ପୂଜା ଧୋଇଦେବ କି ଲଘୁଚାପ ବର୍ଷା

 ବିଶ୍ୱକର୍ମା ପୂଜା ଧୋଇଦେବ କି ଲଘୁଚାପ ବର୍ଷା




ବାଲେଶ୍ୱର, -: ପୁଣି ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା, ବିଜୁଳି ଘଡଘଡି ଆଉ ବର୍ଷା ପାଇଁ ବିଶ୍ୱକର୍ମା ପୂଜା ର ଝଲକ କମିଯିବାର ସମ୍ଭାବନା ଅଧିକ l ବାଲେଶ୍ୱର ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ l ଆସନ୍ତାକାଲି ବିଶ୍ୱକର୍ମା ପୂଜା l ବାଲେଶ୍ୱର ରେ ବହୁ ସ୍ଥାନରେ ବିଶ୍ୱକର୍ମା ପୂଜା ମହାଯାକଯମକ ରେ ପାଳନ କରାଯାଏ l ଏପରିକି ବହୁ ଯାନ୍ତ୍ରିକ ଶିଳ୍ପାନୁଷ୍ଠାନ, କଳକାରଖାନା, ବୈଷୟିକ ଅନୁଷ୍ଠାନ, ବିଭିନ୍ନ ଗାଡି ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳନ କରାଯାଏ l କିନ୍ତୁ ଏ ବର୍ଷ ଲଘୁଚାପ ବର୍ଷା ଯୋଗୁଁ ଲୋକେ ପଦାକୁ ବାହାରି ପାରୁନାହାନ୍ତି l ପୂଜା ପାଇଁ ସାଜସଜା, ଆଲୋକତୋରଣ ମଧ୍ୟ୍ୟ ଭଲଭାବରେ ସଜା ଯାଇ ପାରୁନି l ତେଣୁ ଲଘୁଚାପ ବର୍ଷା ଧୋଇଦେଇଛି ବିଶ୍ୱକର୍ମା ପୂଜାର ଝଲକ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS