କ୍ରାନ୍ତି,ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସଲାମ୍ – ୨୦୨୫” ରେ ଆହ୍ୱାନ
" ଏମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଶିଶୁମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶପ୍ରେମର ବାର୍ତ୍ତା ସହ
ମୋବାଇଲ ଆଉ ଜଙ୍କ ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ"
ବ୍ରହ୍ମପୁର, : ୭୯ ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରେକ୍ଷାଳୟ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସଲାମ୍ – ୨୦୨୫” ରେ ଆହ୍ୱାନ " ଏମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଶିଶୁମାନଙ୍କୁ ସ୍ୱାଧୀନତା ଦିବସରେ ଦିଅନ୍ତୁ ଦେଶ ପ୍ରେମର ବାର୍ତ୍ତା ସହ
ମୋବାଇଲ ଆଉ ଜଙ୍କ ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ" । ସମସ୍ତ ଅତିଥି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ପୂର୍ବତନ ଲୋକସଭା ସଦସ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ହୋଇଥିବା ବେଳେ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଇ ଏମ୍ ସି ର ପୂର୍ବତନ ମେୟର ଶିବ ଶଙ୍କର ଦାସ , ଏସ ଏମ ଆ ଟି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସଭାପତି ଡ ଭଗବାନ ଗନ୍ତାୟତ, ଆଇ ଏସ୍ ଆର ଡି ଡାଇରେକ୍ଟର ସୁଧୀର କୁମାର ସାବତ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵାଧୀନତା ଦିବସର ମହତ୍ବ ଉପରେ ଆଲୋକ ପାତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍ଦର୍ଶନ ଦେଇ ଉତ୍ସାହିତ କରିଥିଲେ ।
ଏହି ଦିନଟିକୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ପାଳନ କରିଥାନ୍ତି । ତେବେ ଏହି ଦିବସ ଉପଲକ୍ଷେ ଆପଣ ଛୋଟ ପିଲାଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିପାରିବେ । ଫଳରେ ପିଲାମାନେ ଦେଶକୁ ଭଲ ପାଇବା ଶିଖିବା ସହ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବେ ବୋଲି କ୍ରାନ୍ତି ଅନୁଷ୍ଠାନ ର ଡ ଦେବାନନ୍ଦ ଦାଶ ବକ୍ତବ୍ୟ ରଖିଥିଲେ।
ସେହିପରି ଅତିଥିରୁପେ ଲାଞ୍ଜିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କାହୁଁ ଚରଣ ପାତ୍ର, ନାଟ୍ୟ ସଂଗଠକ ଅନିଲ କୁମାର ପାତ୍ର ଓ ସାମ୍ବାଦିକ ସୁନିର କୁମାର ବିଶ୍ୱାସ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଉକ୍ତ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୬ଟି ସ୍କୁଲ ଦଳ ଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନ ର କୁନି କୁନି କଳାକାର ମାନଙ୍କ ଜୟ ଯବାନ,ଜୟ କିଷାନ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନକୁ ମୋହିତ କରିପାରିଥିଲା। ଗଞ୍ଜାମ ଜିଲ୍ଲାର ୪୦ ଟି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ସହକାରୀ କାର୍ଯ୍ୟନିର୍ବାହୀ ଶ୍ରୀମତୀ ନିର୍ମଳା ଦାଶ, ଦେବରାଜ ରାଉତ, ସ୍ନିଗ୍ଧାରାଣୀ ମହାରଣା, ,ପରମାନନ୍ଦ ପଣ୍ଡା, ଏମ . ମାଧବ ପାତ୍ର, ଅନିଲ୍ କୁମାର ସେଠୀ, ମାନସ କୁମାର ରଥ,ଧନଜୟ ପାଣିଗ୍ରାହି, ଚର୍ଚ୍ଚିକା ଦାଶ, ଚିନ୍ମୟାନନ୍ଦ ଦାଶ,ସଞ୍ଜୟ ପାତ୍ର,ଶୁଭ୍ରାଂଶୀ ମହାରଣାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment