ଯୁବକଙ୍କୁ ହତ୍ୟା ଘଟଣାରେ ୩ପକ୍ଷ ସମ୍ପୃକ୍ତ: DCP#
ବାଲିଅନ୍ତାରେ ଯୁବକଙ୍କୁ ପିଟି ମାରିବା ଘଟଣାରେ ଡିସିପିଙ୍କ ସୂଚନା। ପ୍ରାଥମିକ ତଦନ୍ତରୁ ଏଥିରେ ୩ ପକ୍ଷ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି। ୨ ଯୁବତୀ ସ୍କୁଟିରେ ଯାଉଥିଲେ, ୨ ଯୁବକ ବାଇକ୍ରେ ଓଭରଟେକ୍ କଲେ। ଏହା ପରେ ବାଇକ୍ ଫେରାଇ ଧକ୍କା ଦେଲେ। ଗାଁ ଲୋକ ଝିଅକୁ ଉଦ୍ଧାର କରିବାକୁ ଆସି ପିଟିଲେ। ଜଣଙ୍କର ମୃତ୍ୟୁ ଘଟିଛି, ଆଉ ଜଣଙ୍କର ଷ୍ଟେଟମେଣ୍ଟ ରେକର୍ଡ ହୋଇଛି। ଯୁବତୀ ମଧ୍ୟ ଦୁଷ୍କର୍ମ ଉଦ୍ୟମ ନେଇ ଥାନାରେ ଏତଲା କରିଛନ୍ତି। ମୃତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ଅଭିଯୋଗ କରିଥିବା ଝିଅର ଷ୍ଟେଟମେଣ୍ଟ ମଧ୍ୟ ନିଆଯାଇଛି କହିଛନ୍ତି ଡିସିପି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment