BREAKING
Loading...
:

ସଂଘ ମନସ୍କତା ଭିତରେ କଳାକାରଙ୍କ ପ୍ରଗତି ସଂଗୋପିତ : ମହାସଂଘ

 ସଂଘ ମନସ୍କତା ଭିତରେ କଳାକାରଙ୍କ ପ୍ରଗତି ସଂଗୋପିତ : ମହାସଂଘ 



ବ୍ରହ୍ମପୁର, - :

           କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଟପୁର ସନ୍ନିକଟ ଏରେଣ୍ଡ୍ରା, ଶ୍ରୀଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳି ଆଖଡ଼ା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୁରୁଶ୍ରୀ ବଳରାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ମୂଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ଜୀବନର ଗୌରବମୟ ଆଲେଖ୍ୟ ଉପସ୍ଥାପନ ସହିତ କଳାକାରମାନଙ୍କ ସଂଘ ମନସ୍କତା ଭିତରେ ସେମାନଙ୍କ ପ୍ରଗତି ସଂଗୋପିତ ବୋଲି ଉପସ୍ଥିତ କଳାକାରମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ସଂକୀର୍ତ୍ତନ ମଣ୍ଡଳି ଗୁରୁ କୋରା ସ୍ୱାଇଁ, ସଭାପତି ଅରୁଣ ବିଷୋୟୀ, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ। ମଣ୍ଡଳି ସମ୍ପାଦକ ସନ୍ତୋଷ ବରାଡ଼ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସଂକୀର୍ତ୍ତନ ମଣ୍ଡଳି ତରଫରୁ  ପ୍ରମିଳା ସ୍ୱାଇଁ, ରୀନା ବରାଡ଼, ଲକ୍ଷ୍ମୀ ଜେନା, କୁନି ସ୍ୱାଇଁ, ଜାପାନୀ ଜେନା, ବିଷ୍ଣୁ ବରାଡ଼, ମାମି ପ୍ରଧାନ, ନର୍ମଦା ପ୍ରଧାନ, ମିନି ବିଷୋୟୀ, ଝୁମୁରୀ ସାହୁ, ବିଷ୍ଣୁ ଜେନା, କାଳୀ ସାହୁ, ଅମୂଲୀ ଜେନା, କୁସୁମ ଜେନା, ରୀନା ବିଷୋୟୀ, କୁମାରୀ ଜେନା, ପରି ବରାଡ଼, ପ୍ରମିଳା ଜେନା, ଶାନ୍ତି ଜେନା ପ୍ରମୁଖ ନାମ ସଂକୀର୍ତ୍ତନ ସହ ଭଜନ ପରିବେଷଣ କରିଥିଲେ। ଯନ୍ତ୍ରସଂଗୀତରେ ସୁରଥ ବରାଡ଼, ମହେଶ୍ବର ଜେନା ଏବଂ ନୃସିଂହ ରଣା ସହଯୋଗ କରିଥିଲେ। ପରିଶେଷରେ ନୁନି ଜେନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS