BREAKING
Loading...
:

ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଆନ୍ଦୋଳନ ଚେତବନୀ।ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେକି ?

 ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଆନ୍ଦୋଳନ ଚେତବନୀ।ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେକି ?                            



   ସରକାର ଙ୍କ ନିଷ୍ପତି ଅନୁଯାଇ ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଠାରେ ଏକ ଲ୍ୟାମ୍ପସ ସମିତି ଖୋଲାଯାଇଛି ! ସହ ନିବନ୍ଧକ, କପ୍ତିପଦା ମଧ୍ୟ  ଉକ୍ତ  ଲ୍ୟାମ୍ପସ କୁ ରେଜିଷ୍ଟ୍ରସନ ନମ୍ବର 21 2023 ରେ ରେଜିଷ୍ଟ୍ରସନ କରିଚନ୍ତି  ! ତାପରେ ସହ ନିବନ୍ଧକ, କପ୍ତିପଦା ଡୁକୁରା ଲ୍ୟାମ୍ସ କୁ ବ୍ୟାଙ୍କ ର ସ୍ୱୀକୃତି ଦେବାପାଇଁ ବହୁବାର ଚିଠି ଲେଖିଲେ ମଧ୍ୟ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ, ବାରିପଦା ତାହା ଉପରେ କୌଣସି ସ୍ଟେପ ନେଲେ ନାହିଁ ! ତାପରେ  ଉପନିବନ୍ଧ କ, ସମବାୟ ସମିତି, ବାରିପଦା ତାହା ଯଥା ଶୀଘ୍ର କରିବା ପାଇଁ  ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ କୁ ଚିଠି ଲେଖିଲା ପରେ ଏବଂ ଏକ ବର୍ଷ ପରେ ବ୍ୟାଙ୍କ ସ୍ୱୀକୃତି ଦେଲା ! ସେହିପରି  ଡୁକୁରା ଲ୍ୟାମ୍ପସ ର ଋଣ ଏବଂ ସମ୍ପତି କୁ ବାସିପିଠା ଲ୍ୟାମ୍ପ ରୁ ଅଲଗା କରିବା ପାଇଁ, ବାସିପିଠା ଲ୍ୟାମ୍ପସ ର ଏମଡି, ବ୍ୟାଙ୍କ ର ସଖା ପରିଚାଳକ, ଖୁଣ୍ଟା, ସହ ନିବନ୍ଧକ, କପ୍ତିପଦା, ଦସ୍ତଖତ କରି ସମସ୍ତ କାଗଜ ବ୍ୟାଙ୍କ କୁ ପଠାଇଥିଲେ ମଧ୍ୟ ବ୍ୟାଙ୍କ କରୁନାହିଁ ! ଡୁକୁରା ଗ୍ରାମ ପଂଚାୟତ ସରପଞ୍ଚ ସୁରଞ୍ଚି ବେହେରା ଏକ ଚିଠି ଲେଖି ଊଚ୍ଚ କତୃପକ୍ଷ ଙ୍କୁ ଜଣେଇଲା ପରେ, ଉପନିବନ୍ଧକ, ସମବାୟ ସମିତି ସମୂହ, ବାରିପଦା ବ୍ୟାଙ୍କ କୁ ଏକ ଚିଠି ଲେଖି ତୁରନ୍ତ ଏହା କରିବା ପାଇଁ ନିର୍ଦେଶ ଦେଲେ ! ତଥାପି ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ତାକୁ କରୁନାହିଁ ! ଏହା ଉପରେ ଡୁକୁରା ଗ୍ରାମ ପଂଚାୟତ ର ଜନ ସାଧାରଣ ରାସ୍ତା ରୋକ କରିବା ପାଇଁ ନିଷ୍ପତି ନେଇଛନ୍ତି ! ତା ପରେ ପଂଚାୟତ ର ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଯାଇ, ମନ୍ତ୍ରୀ, କମିସନର, ରେଜିଷ୍ଟାର, ସମବାୟ ସମିତି ଙ୍କୁ ଭେଟିବା ପାଇଁ ନିଷ୍ପତି ନେଇଛନ୍ତି ! ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ଓ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ, ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର କତୃପକ୍ଷ ଙ୍କ ଉପରେ କାର୍ଯାନୁଷ୍ଟାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳର ସମସ୍ତ ଚାଷୀ ଏବଂ ଜନ ସାଧାରଣ ଦାବି କରୁଛନ୍ତି    ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS