BREAKING
Loading...
:

ବାଙ୍କୀ ଉପଖଣ୍ଡରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ

 ବାଙ୍କୀ ଉପଖଣ୍ଡରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ।



ବାଙ୍କୀ,(ମାନସ ରଞ୍ଜନ ସାହୁ): ବାଙ୍କୀ ଉପଖଣ୍ଡ ସଦର ମହକୁମାରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି।ପ୍ରତ୍ୟୁଷରୁ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡ଼ାକବାଜି ଯନ୍ତ୍ର ଯୋଗେ "ରାମଧୁନ' ପ୍ରଚାର କରାଯାଇଥିଲା । ସକାଳ ୭ଘଟିକା ସମୟରେ"ପ୍ରଭାତ ଫେରି' କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିଲା ।ଉପଜିଲ୍ଲାପାଳ  ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ ।ପରେ ସକାଳ ଘ ୯.୧୫ ମିନିଟ ସମୟରେ ଦିବସର ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ  ପ୍ରଣବ କୁମାର ବେହେରା  ଜାତୀୟ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।ସେ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଥିବା  ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଶହୀଦ ମାନଙ୍କ ସ୍ମୃତି ଚାରଣ  କରିଥିଲେ। ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉପଖଣ୍ଡରେ ସର୍ବୋଚ୍ଚ ନମ୍ବର ରଖିଥିବା ହାଇସ୍କୁଲର ଛାତ୍ରୀ ସୁଶ୍ରୀ ସ୍ମୃତିଶ୍ରୀ ଷଡ଼ଙ୍ଗୀ ,+୨ ପରୀକ୍ଷାରେ ଅଙ୍କିତା ଜେନା, +୩ ପରୀକ୍ଷାରେ   ମମାଲି ପାତ୍ରଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା।,ଉପଖଣ୍ଡର ଶ୍ରେଷ୍ଠ ଚାଷୀ ଭାବେ ଶ୍ରୀ ସୁଧାଂଶୁ ମୋହନ ତ୍ରିପାଠୀ  ଓ ପୂର୍ବରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଉପଖଣ୍ଡସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ  ଓଡ଼ିଆ ବକ୍ତୁତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏନ ସି ସି ସିନିୟର ଡିଭିଜନ ପରେଡ଼ ରେ ବରିଷ୍ଠ ବାଳିକା ବିଭାଗ ବାଙ୍କୀ  ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଥମ ହୋଇ ଦୁର୍ଗପତି ଦୁର୍ଗା ଚରଣ ମେମୋରିଆଲ ରଂନି ସିଲଡ଼,ଏନ.ସି.ସି ଜୁନିୟର ଡ଼ିଭିଜନ ପରେଡ଼ ରେ କନିଷ୍ଠ ଆକାଶ ବାହିନୀ, ବି.କେ ବିଦ୍ୟାପୀଠ ପ୍ରଥମ ହୋଇ ରାଣୀ ଶୁକଦେଇ ରନିଂ ଟ୍ରଫି,ଏନ.ସି.ସି ଜୁନିୟର ଡ଼ିଭିଜନ ପରେଡ଼ ରେ କନିଷ୍ଠ ସମର ଶିକ୍ଷାର୍ଥୀ ବାହିନୀକୁ  ପ୍ରଦାନ କରାଯାଇଥିଲା, ସିଭିଲିଆନ ଗ୍ରୁପ ପରେଡ଼ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଳକ ବିଭାଗ, ପ୍ରଥମ ହୋଇ କବିଚନ୍ଦ୍ର କାଳି ଚରଣ ପଟ୍ଟନାୟକ ମେମୋରିଆଲ ରନିଂ ସିଲଡ଼, ସିଭିଲିଆନ ଗ୍ରୁପ ପରେଡ଼ ରେ ରୋଭର ଓ ରେଞ୍ଜର ୟୁନିଟ  ଦ୍ଵିତୀୟ ହୋଇ ସ୍ୱର୍ଗତା କଳ୍ପନା ମିଶ୍ର ରନିଂ ସିଲଡ଼, ସିଭିଲିଆନ ଗ୍ରୁପ ପରେଡ଼ରେ ଆମ୍ବେଦକର ଆଦିବାସୀ ଛାତ୍ରାବାସ ତୃତୀୟ ହୋଇ ସ୍ବର୍ଗତ ଲଷ୍ମୀଧର ବେହେରା ମେମୋରିଆଲ ରଂନି ସିଲଡ଼ ପ୍ରଦାନ କରାଯାଇଥିଲା ସେହିପରି ଏନ ସି ସି ସିନିୟର ଡିଭିଜନ ପରେଡ଼ ରେ ବରିଷ୍ଠ ବାଳକ ବିଭାଗ ବାଙ୍କୀ  ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ଶୃଙ୍ଖଳିତ ଦଳ ଭାବେ ଜମିଦାର ଉଦୟନାଥ ଚୌଧୁରୀ ରଂନି ସିଲଡ଼ ପ୍ରଦାନ କରାଯାଇଥିଲା।ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ କଳା ସାହିତ୍ୟ ସଂସ୍କୃତି ପରିଷଦ ପ୍ରଥମ, ବିବେକାନନ୍ଦ ପବ୍ଲିକ ସ୍କୁଲ ଦ୍ୱିତୀୟ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତୃତୀୟ ହୋଇ ଅର୍ଥ ପୁରସ୍କାର ଏବଂ ଉପଖଣ୍ଡ ପ୍ରଶାସନ ତରଫରୁ ଟ୍ରଫି ଓ ପ୍ରମାଣପତ୍ର ମିଳିତ ଭାବେ ପ୍ରଦାନ କରାଯାଇଛି।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS