ଲକ୍ଷ୍ମଣାସାହି ଗ୍ରା: ପ: ରେ କୃଷକ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ।
ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମସାହି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ଏକ କୃଷକ ସଚେତନତା ଓ ତାଲିମ ଶିବିର ।ଖୁଣ୍ଟା କୃଷି ବିଭାଗ ପକ୍ଷରୁ ଦାୟିତ୍ୱରେ ଥିବା V A W ଶ୍ରୀ ଦୀପକ କୁମାର କମିଳାଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଖୁଣ୍ଟା ବ୍ଲକ କୃଷି ବିଭାଗ ଅଧିକାରୀ ଶ୍ରୀ ଯଜ୍ଞଦତ୍ତ ସେଠୀ ଏବଂ ଆସିଷ୍ଟାଣ୍ଟ କୃଷି ଅଧିକାରୀ ମଧୁସ୍ମିତା ହେମ୍ବ୍ରମ ଯୋଗ ଦେଇ, ଉପସ୍ଥିତ ଥିବା କୃଷକ ମାନଙ୍କୁ ମୃତ୍ତିକା ସ୍ଵାସ୍ଥ୍ୟ ଏବଂ ଉର୍ବରତା ବୃଦ୍ଧି ପାଇଁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡର ଆବଶ୍ୟତା ଗୁଡିକ ଉପରେ ଆଲୋକପାତ କରିଥିଲେ । ମୂର୍ତ୍ତିକା ସ୍ଵାସ୍ଥ୍ୟ ପତ୍ରିକା ଯୋଜନା ୨୦୨୫-୨୬ ମଧ୍ୟମରେ କୃଷକ କିପରି ଉପକୃତ ହେବେ ? ସେ ବାବଦରେ ଉପସ୍ଥିତ କୃଷକ ମାନଙ୍କୁ ଆସିଷ୍ଟାଣ୍ଟ ଏଗରିକଲଚର୍ ଅଫିସର ମଧୁସ୍ମିତା ହେମ୍ବ୍ରମ ମାଟିର ଊର୍ବରତା ବୃଦ୍ଧି ଏବଂ ଅଧିକ ଅମଳ ସମ୍ବନ୍ଧୀୟ ତାଲିମ ଏବଂ ସଚେତନ କରାଇଥିଲେ । ଉକ୍ତ କୃଷକ ସଚେତନତା ଓ ତାଲିମ କାର୍ଯ୍ୟକ୍ରମରେ କୃଷକସାଥି ଶ୍ରୀ ବିଶ୍ଵାଳ ମୂର୍ମୁଙ୍କ ସମେତ ଅନେକ ଚାଷୀ ଅଂଶ ଗ୍ରହଣ କରିଥିଲେ । ସମାଜସେବୀ ଶ୍ରୀ ପ୍ରଶାନ୍ତ କୁମାର ସିଂ ଉପସ୍ଥିତ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଉକ୍ତ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment