BREAKING
Loading...
:

ନୂଆପୋଖରୀ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ

 ନୂଆପୋଖରୀ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ                       



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ୩ ନଂ ଓ୍ବାର୍ଡସ୍ଥିତ ନୂଆପୋଖରୀଟି ଉପରେ ସହରର ଅଧିକାଂଶ ବ୍ୟକ୍ତି ଦୈନନ୍ଦିନ  ନିତ୍ୟକର୍ମ ନିମନ୍ତେ ନିର୍ଭର କରିଥାନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରୁ ଅଧିକାଂଶ ପରିବାର ନୂଆପୋଖରୀର ଜଳକୁ ପାନୀୟଜଳ ରୁପେ ବ୍ୟବହାର କରିଥାନ୍ତି।ମାତ୍ର ସମୟାନୁକ୍ରମେ ପୋଖରୀଟି ପୋତିହୋଇ ପଡୁଥିବା ଜଣାପଡିଛି।ଦିର୍ଘଦିନ ଧରି ପୋଖରୀରୁ ପଙ୍କ ଉଦ୍ଧାର ଦିଗରେ ଏନଏସି କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିବାରୁ ଅନାବନା ଗଛଲତା ଓ ପଦ୍ମଦଳ ପୋଖରୀ ସାରା ଭର୍ତ୍ତି ହୋଇ ରହିଛି।ଫଳରେ ପୋଖରୀର ପାଣି ବେଳକୁବେଳ ଦୂଷିତ ହେବାରେ ଲାଗିଛି।ଏବେ ପୋଖରୀରେ ସ୍ନାନ ଶୌଚାଦି ଆଦି କାର୍ଯ୍ଯ କଲେ ଦେହ ମୁଣ୍ଡ କୁଣ୍ଢାଇ ହେଉଥିବା ଜଣାପଡିଛି।ନୂଆପୋଖରୀରୁ ପଙ୍କ ଉଦ୍ଧାର ନିମନ୍ତେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS