ସୁବର୍ଣ୍ଣପୁରରେ ଜଳିଗଲା ୨ ବଖରା ଚାଳଘର
ଗଣିଆ ୨୬/୦୩(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ଜଳି ଯାଇଥିବା ଜଣାପଡିଛି । ସନ୍ଧ୍ୟାରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଚାନକ ଗ୍ରାମର ବୈଦେହୀ ବେହେରାଙ୍କ ଘରେ ନିଆଁ ଲାଗିଥିଲା । ଗ୍ରାମବାସୀ ସଙ୍ଗେ ସଙ୍ଗେ ଗଣିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ଘରର ସମସ୍ତ ଆସବାବପତ୍ର ସହିତ ପ୍ରାୟ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق