BREAKING
Loading...
:

ଗୋରୁପଲଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

 ଗୋରୁପଲଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା, ଯାନବାହାନ ଚଳାଚଳ ବାଧାପ୍ରାପ୍ତ                     



ଖଣ୍ତପଡା( ମଣିଭଦ୍ରା ଖବର) -ଖଣ୍ଡପଡ଼ା ସହର ଦେଇ ଯାଇଥିବା ମୁଖ୍ଯ ରାସ୍ତାର ବିଭିନ୍ନ ସ୍ଥାନରେ ପଲପଲ  ଗାଈ ,ଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ଯ  ବେଳକୁବେଳ ବୃଦ୍ଧି ପାଇବାରେ ଲାଗିଛି ।କିବା ଦିନ ଓ ରାତିରେ ମୁଖ୍ଯ ରାସ୍ତା ଉପରେ ଗାଇ ଗୋରୁ ଷଣ୍ଢ ଆଦି ଶୋଇ ରହୁଥିବାରୁ ସଦା ସର୍ବଦା ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି।ଏପରିକି ସମୟେ ସମୟେ ଗାଡ଼ି ଚାଳକମାନେ ଗାଡ଼ିରୁ ଓଲ୍ଲାଇ ଗାଈ ଗୋରୁଙ୍କୁ ରାସ୍ତାରୁ ହଟାଇ ଆଗକୁ ଗାଡି ନେଉଥିବା ନଜରକୁ ଆସୁଛି।ଏପରିକି ଗାଈ ଗୋରୁଙ୍କ ଯୋଗୁଁ ଛାତ୍ରଛାତ୍ରୀମାନେ ମଧ୍ଯ ରାସ୍ତାଦେଇ ବିଦ୍ୟାଳୟକୁ ସାଇକେଲ ଯୋଗେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସମୟେ ସମୟେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର  ନଜିର ରହିଛି।ଉପରୋକ୍ତ ସମସ୍ୟା ସଂର୍ପକରେ ପ୍ରଶାସନ ଅବଗତ ଥିଲେ ହେଁ ରାସ୍ତା ଉପରୁ ବୁଲା କୁକୁର, ଗାଈ, ଗୋରୁ ଓ ଷଣ୍ଢଙ୍କୁ ହଟାଇବାରେ ପ୍ରଶାସନ ବିଫଳ ହୋଇଛି। ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।ଅପରପକ୍ଷେ ଏକ କାଞ୍ଜିଆହଦା ନିର୍ମାଣ କରି ବୁଲା ଗାଈଗୋରୁଙ୍କୁ ସେଠାରେ ଜବତ କରି ରଖା ଯାଇ ପାରିଲେ ଆଉ ଏଭଳି ସମସ୍ୟା ଆଦୌ ସୃଷ୍ଟି ହୁଅନ୍ତା ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି। 

ଖଣ୍ଡପଡ଼ା ବ୍ଲକ ରିପୋର୍ଟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର।

Post a Comment

أحدث أقدم
Header ADS