ମାମିନା ବେହେରା ଜିଲ୍ଲାର ଶ୍ରେଷ୍ଠ ଆଶା ମନୋନୀତ
ଗଣିଆ ୨୬/୦୩(ମଣିଭଦ୍ରା ଖବର) ନୟାଗଡ ପଠାଣୀ ସାମନ୍ତ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଆଶା ସମ୍ମେଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଣୀ ପୁଷ୍ପା ନିଳିମା ଲାକ୍ରା ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ କାର୍ଯ୍ୟରତ ଶ୍ରେଷ୍ଠ ଆଶା, ଶ୍ରେଷ୍ଠ ଗାଁ କଲ୍ୟାଣ ସମିତିକୁ ପୁରସ୍କାର ବଣ୍ଟନ କରାଯାଇଥିଲା । ତେବେ ଗଣିଆ ବ୍ଳକ କରଡାପଡାର ମାମିନା ବେହେରାଙ୍କୁ ଜିଲ୍ଲାର ଶ୍ରେଷ୍ଠ ଆଶା ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ଳକରେ ପ୍ରଭାସିନୀ ସାହୁ ଦ୍ବିତୀୟ, ସଶ୍ମିତା ପଣ୍ଡା ଏବଂ ଚାନ୍ଦିନୀ ଦେଇ ତୃତୀୟ ଆଶା ପୁରସ୍କାର ପାଇଥିଲେ ।
ସେହିପରି ଇନ୍ଦିପଟା ଗାଁ କଲ୍ୟାଣ ସମିତିକୁ ଗଣିଆ ବ୍ଳକରେ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ପୁରସ୍କାର ବଣ୍ଟନ କରାଯାଇଥିଲା । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ଅତିଥିଙ୍କ ଠାରୁ ମାନପତ୍ର ଏବଂ ପୁରସ୍କାର ରାଶି ଗ୍ରହଣ କରିଥିଲେ । ମାମିନା ବେହେରା ନୟାଗଡ ଜିଲ୍ଲାର ଶ୍ରେଷ୍ଠ ଆଶା ମନୋନୀତ ହୋଇଥିବାରୁ ତାଙ୍କୁ ସ୍ବାସ୍ଥ୍ୟ ଅଧିକାରୀ ଶୁଭେଚ୍ଛା ଜଣାଇଥିଲେ ।
ମଣିଭଦ୍ରା ଖବର, ଗଣିଆ



إرسال تعليق