BREAKING
Loading...
:

ନାତି ଓ ପୁଅର ମାଡରେ ବୃଦ୍ଧଙ୍କର ମୃତ୍ଯୁ

 ନାତି ଓ ପୁଅର ମାଡରେ ବୃଦ୍ଧଙ୍କର  ମୃତ୍ଯୁ                              


ଖଣ୍ତପଡା  (ପୂର୍ଣ୍ଣଚନ୍ଦ୍ର ମହାପାତ୍ର)ସାମାନ୍ଯ  ବଚସାରୁ ବୃଦ୍ଧଙ୍କୁ ମାଡମାରି  ମାରିଦେଲେ ବଡ ପୁଅ ଓ ନାତି ମିଶି। ଖଣ୍ଡପଡ଼ା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ଘଟଣା ସଂର୍ପକରେ ବୃଦ୍ଧଙ୍କ ସାନପୁଅ ଖଣ୍ଡପଡ଼ା ଥାନାର ଦ୍ଵାରସ୍ଥ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡ଼ା ଗ୍ରାମର ନିଧିଆ ନାଏକ (୮୨) ଭୁବନେଶ୍ବର ଅଞ୍ଚଳରେ ରହି ଆସୁଥିଲେ। କିଛିଦିନ ତଳେ ନିଧିଆଙ୍କ ଧର୍ମପତ୍ନୀ ମୃତ୍ୟୁବରଣ କରିଥିବା ବେଳେ ସଂସ୍କାର କାମ ସାରି ଗତକାଲି  ବଡପୁଅ ଭରତ ନାଏକ (୬୦) ଓ ନାତି ବସନ୍ତ ନାଏକ (୨୨)ଙ୍କ ସହ ଯାତ୍ରୀବାହୀ ବସ ଯୋଗେ ସେ  ଗ୍ରାମକୁ ଫେରୁଥିଲେ। ତେବେ ବ୍ଲକ ଅଧୀନ ଖଳିସାହି ବଜାରରୁ ପୈତୃକ ଗ୍ରାମ ଜାକଲାକୁ ବସ ନଥିବା ଯୋଗୁଁ ୩ ଜଣ ଚାଲି ଚାଲି ଯିବାକୁ ବାଧ୍ୟ ହୋଇଥିଲେ। ଖଳିସାହି ଠାରୁ ମାତ୍ର ୩ କିମି ଦୂର ଦହିଖାଇ ନିକଟରେ ସାମାନ୍ୟ କଥାକୁ କେନ୍ଦ୍ର କରି ବଚସା ହେବା ପରେ ବୃଦ୍ଧଙ୍କ ବଡପୁଅ ଭରତ ଏବଂ ନାତି ବସନ୍ତ ଉତ୍ୟକ୍ତ ହୋଇପଡିବା ସହ ଏକ କାଠ ଫାଳିଆ ସହାୟତାରେ ବୃଦ୍ଧଙ୍କୁ ହଠାତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବୃଦ୍ଧବ୍ୟକ୍ତି ଜଣକ ଛଟପଟ ହେଉଥିବା ବେଳେ  ଘଟଣାସ୍ଥଳରୁ ଭରତ ଫେରାର ହୋଇଯାଇଥିଲେ। ତେବେ ସ୍ଥାନୀୟ ବାସିନ୍ଦା ବୃଦ୍ଧ ବ୍ଯକ୍ତିଙ୍କୁ ରକ୍ତାତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ମାତ୍ର ମୁଣ୍ଡରେ କ୍ଷତ ସହ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବୃଦ୍ଧଙ୍କର ମୃତ୍ଯୁ ହୋଇଥିବା ନେଇ ଡାକ୍ତର  ଘୋଷଣା କରିଥିଲେ। ଏ ସଂର୍ପକରେ ଭୁବନେଶ୍ବରରେ ରହୁଥିବା ସାନପୁଅ ଅଶୋକ ନାଏକ ଅବଗତ ହେବା ପରେ  ଖଣ୍ଡପଡ଼ା  ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିବା ଢଣାପଡିଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଏସଆଇ ଗୋପବନ୍ଧୁ ମଲ୍ଲିକଙ୍କ ଠାରୁ ପ୍ରକାଶ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS