ବୁଡ଼ାଗୁଡ଼ା ପଞ୍ଚାୟତ ର ଅନେକ ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ କୃମିନାଶକ ଦିବସ ପାଳିତ
ରାୟଗଡ଼ା (ମଣିଭଦ୍ରା ଖବର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ର ଅନେକ ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି।ଏହା ପ୍ରତ୍ୟେକ ବର୍ଷର ଫେବ୍ରୁଆରି ମାସ ୧୦ ତାରିଖ ଏଵଂ ଅଗଷ୍ଟ ମାସ 10 ତାରିଖ ପ୍ରତି ୬ ମାସରେ ଥରେ ପାଳନ କରାଯାଏ ।କୃମି ହେଉଛନ୍ତି ପରଜିବୀ ଏବଂ ଏମାନେ ମନୁଷ୍ୟର ଅନ୍ତନଳୀ ରେ ରହି ମନୁଷ୍ୟ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରନ୍ତି। ଏହା ଖାଲି ପାଦରେ ବାହାରେ ଖେଳିବା, ହାତ ନ ଧୋଇ ଖାଦ୍ୟ ଖାଇବା, ଖୋଲାରେ ମଳତ୍ୟାଗ କରିବା ଏବଂ ଅପରିଷ୍କାର ପରିବେଶରେ କୃମି ସଂକ୍ରମଣ ହେବା ଦ୍ଵାରା ଶିଶୁ
ଖାଦ୍ୟସାର ଅଭାବ, କ୍ଷୁଧା ହୀନତା, ରକ୍ତ ହୀନତା, ଦୁର୍ବଳ ଓ ଅବସାଦ ,ପେଟ ବିନ୍ଧା , ବାନ୍ତି, ଝାଡ଼ା, ଓଜନ ହ୍ରାସ ।
ତେଣୁ କରି କୃମିନାଶକ ଔଷଧ ସେବନ କରିବା ଅତ୍ୟନ୍ତ ଆବଶ୍ୟକ ରହିଛି।
ଏହି ଦିବସ ରେ ଅବସରରେ 1-2 ବର୍ଷ , 2-5 ବର୍ଷ , 6- 19 ବର୍ଷ ଏବଂ 20-24 ବର୍ଷ ପ୍ରଜନନକ୍ଷମ ମହିଳାବର୍ଗଙ୍କୁ କୃମି ଔଷଧ ଖାଇବାପାଇ ଦିଆ ଗଲା। ଉକ୍ତ କାର୍ଯ୍ୟକ୍ରମରେ ସି ଏଚ୍ ଓ ମିନା କୁମାରୀ ସାମଲ, ଆଶା ଦିଦି, ଅଙ୍ଗନବାଡି ଦିଦି ଉପସ୍ଥିତ ରହିଥିଲେ । ବିଭିନ୍ନ ଗ୍ରାମର ଜନସାଧାରଣ ଏଥିରେ ସାମିଲ୍ ହୋଇ ଥିବା ଦେଖିବାକୁ ମିଳିଛି।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment